ବାଣପୁର ଗମ୍ଭାରୀମୁଣ୍ଡା ପତିତପାବନ କଲ୍ୟାଣୀ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଦ୍ଧେଶ୍ୱରୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ ଙ୍କ ଅଧକ୍ଷତାରେ ସ୍ଥାନୀୟ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣୀ ମଣ୍ଡପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଦଳର ପ୍ରଦେଶ ସାଧାରଣ ସମ୍ପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର , ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମିୟ ଦାସ, ସହ ପ୍ରଭାରୀ ଶଙ୍କର ପରିଡା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ଦାସ, ଦଳର ମାର୍ଗ ଦର୍ଶକ ତଥା ବରିଷ୍ଠ ଡାକ୍ଟର ସୁରେନ୍ଦ୍ର ନାଥ ଦାସ, ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୋଜିତା ପ୍ରଦାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବ୍ଲକ ଉପାଧ୍ୟକ୍ଷ ରିନା ଦେଇ, ଦଳ ବରିଷ୍ଠ ନେତା ଗୋଲଖ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ପୁରୀ ଲୋକସଭା କ୍ଷେତ୍ର ଓ ଚିଲିକା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର କିପରି ବିଜୟ ହେବ ଏବଂ ବୁଥ୍ ସ୍ତର ଠାରୁ ଆରମ୍ଭ କରି ତ୍ରିଦେବ ଶକ୍ତି ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଯୋଡ଼ି ହୋଇ କିପରି ସୂଚାରୁ ରୂପେ କାର୍ଯ୍ୟ କରିବେ ସେ ବିଷୟରେ ନେତା ମାନେ ମାର୍ଗ ଦର୍ଶନ କରିଥିଲେ । ପରିଶେଷରେ ଦକ୍ଷ ସଂଗଠକ ତଥା ୧୪ ନମ୍ବର ଜୋନ ଯୁବ ନେତା ତପନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *