ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ । ପର୍ଯ୍ୟଟକଙ୍କ ସୁବିଧା ଲାଗି ଏହି ରୋପ ଓ୍ବେ କରାଯିବାର ଯୋଜନା କରାଯାଇଛି । କିନ୍ତୁ ଏହାକୁ ନେଇ ବଡ଼ ବିବାଦ ମୁଣ୍ଟ ଟେକୁଛି । ରୋପ ଓ୍ବେ ହେଲେ ପରିବେଶ ସହ ବିଦେଶାଗତ ପକ୍ଷୀଙ୍କ ଉପରେ କୁପ୍ରଭାବ ପଡିବା ଆଶଙ୍କା ପ୍ରକାଶ କରିଛନ୍ତି କିଛି ପରିବେଶବିତ । ସେପଟେ ଏହି ଯୋଜନାକୁ କିଛି ସ୍ଥାନିୟ ବୁଦ୍ଧିଜୀବୀ ସମର୍ଥନ ଜଣାଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଠାରୁ କାଳିଜାଇ ମନ୍ଦିର କୁ ରୋପ ୱେ ସଂଯୋଗ କରିବା ପାଇଁ ଯୋଜନା କରାଯାଉଛି ! କାଳୀଜାଇ ମନ୍ଦିର ଠାରୁ କୃଷ୍ଣପ୍ରସାଦ ବ୍ଲକ୍ ପ୍ରାୟ ୫/୬କିମି ରୋପା ୱେ ନିର୍ମାଣ କରାଯିବ । ଏହା ଦ୍ବାରା ପ୍ରତ୍ୟେକ ପର୍ଯ୍ୟଟକ ମାନେ ଓ ସାଧାରଣ ଲୋକେ ମଧ୍ୟ ସୁରକ୍ଷିତ ଯାତ୍ରା କରି ମରାଳ ମାଳିନୀ ନୀଳାମ୍ବୁ ଚିଲିକା ର ମନୋହର ଦୃଶ୍ୟ ଉପଭୋଗ କରି ପାରିବେ । ପର୍ଯ୍ୟଟକ ମାନେ ଡଙ୍ଗାରେ ବିପଦପୂର୍ଣ୍ଣ ଜଳଯାତ୍ରା କରି ନଳ ବନ , କାଳିଜାଇ ମନ୍ଦିର କୁ ଯାତ୍ରା କରୁଛନ୍ତି । ବର୍ଷକୁ ବାରମ୍ୱାର ଡଙ୍ଗା ବୁଡି ଚିଲିକାରେ ଘଟୁଛି, ମେସିନ ଡଙ୍ଗାର ଶବ୍ଦରେ ପକ୍ଷୀ ଅଭୟାରଣ୍ୟରେ ଶୀତଋତୁ ରେ ବାଧା ସୃଷ୍ଟି ହେଉଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ରୋପ ୱେ ଯୋଜନା ଚିଲିକାକୁ ସଂଲଗ୍ନ ମନ୍ଦିର କୁ ସାତପଡ଼ା, ଓ ଟି ଡି ସି(ନାଭାଲ) ସହିତ ଯୋଗ କରିବା ପାଇଁ ସାଧାରଣ ବାସିନ୍ଦା ଓ ପରିବେଶବିତ ଅଞ୍ଚଳବାସୀ ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି ମତ ଦେଇଛନ୍ତି । କିଛି ବିରୋଧର ସ୍ବର ବି ଶୁଣିବାକୁ ମିଳେ, କିଛି ଛୋଟ ଛୋଟ ବ୍ୟବସାୟରେ ବାଧା ସୃଷ୍ଟି ହୋଇ ପାରେ ଆଶା କରୁଛନ୍ତି ।
ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ !!!

