ସାହି ମୁରବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବିଭିନ୍ନ ମହଲରୁ ଶୋକ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବରାଳ ଗ୍ରାମର ସାହି ମୁରବୀ, ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ବୟାଳିଶମୌଜ଼ା ଯାଦବ ମହାସଭାର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ରାମଚନ୍ଦ୍ର ବେହେରା ଏବଂ ତାଙ୍କ ଦୁଇ ସୁପୁତ୍ର ସ୍ୱର୍ଗତ ଗଙ୍ଗାଧର ବେହେରା ଓ ସ୍ୱର୍ଗତ ଶରତ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବିଭିନ୍ନ ସଂଗଠନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯଥା ନାଟ୍ୟକାର ଅଶୋକ କୁମର ପଟ୍ଟନାୟକ, ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା, କବୟିତ୍ରୀ ପ୍ରତିଭା ଶତପଥୀ, ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ତଥା ବିସିଟିର ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର , ୬ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ନାଥ ବେହେରା, ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ସେଠୀ, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ପ୍ରାଧ୍ୟାପକ ଏସ କେ କଲିମୁଲ୍ଲା, ବିସିଟି ସମ୍ପାଦକ ପ୍ରିନ୍ସ ନନ୍ଦ, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ, ଉତ୍କଳ ୟୁଥ ଟ୍ରଷ୍ଟ-ବାଙ୍ଗାଲୋର ସଭାପତି ଡକ୍ଟର ମନୋଜ ବଳ ପ୍ରମୁଖ ଶୋକପ୍ରକାଶ ସହ ଅମର ଆତ୍ମାମାନଙ୍କର ସଦଗତି ପ୍ରାର୍ଥନା କରିଛନ୍ତି ! ସୂଚନାଯୋଗ୍ୟ ବରାଳ ଗ୍ରାମର ଯାଦବ କୂଳ ମୁରବୀ ଭାବେ ସ୍ୱର୍ଗତ ରାମଚନ୍ଦ୍ର ଲଷ୍ମୀନାରାୟଣ ପୂଜା କମିଟି, କାଳୀପୂଜା କମିଟି ଆଦି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥାଇ ପବିତ୍ର ଦୋଳପୂର୍ଣିମା ସମୟରେ ଗୋପାଳ ସମ୍ପ୍ରଦାୟର ଯୁବପ୍ରତିଭା ମାନଙ୍କୁ ନେଇ ନଉଡି ଖେଳ ପଦର୍ଶନ କରି ଗ୍ରାମାଞ୍ଚଳ କଳା, ସ୍ଥାପତ୍ୟ, ପରମ୍ପରାକୁ ବଜାଇ ରଖି ଭାଇଚାରା ସୃଷ୍ଟିକରି ଜନମାନସରେ ପ୍ରିୟଭାଜନ ହୋଇପାରିଥିଲେ !

Leave a Reply

Your email address will not be published. Required fields are marked *