ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ବାଣପୁରର ବୃଦ୍ଧାଶ୍ରମରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଏବଂ ତୋରସିହ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ କୁମାର ଜଗତ ବଲ୍ଲବ ମହରଥାଙ୍କ ସହାୟତା ସମେତ ବାଣପୁର ବ୍ଳକ ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ପ୍ରଧାନ, ଅଶୋକ ଭୋଳ, ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନ, ଲିଙ୍କୁନ ପ୍ରଧାନ, ପ୍ରକାଶ ପ୍ରଧାନ, ନବ ପ୍ରଧାନ ,ଗଙ୍ଗା ଶତପଥି ଏବଂ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲେଡି ଗ୍ରାମରେ ଥିବା ଲଡୁକେଶର ବୃଦ୍ଧାଶ୍ରମରେ ଫଳ ବଣ୍ଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଦିର୍ଘାୟୁ କାମନା କରି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେଡି ଦଳର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ରେ ବିଜୁ ଜନତା ଦଳ ତରଫରୁ ବାଣପୁର ମା ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ !!!

