ଡାହୁକା ନଦୀ କୁଳ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସଦର ପୋଲିସ ର ଚଢ଼ାଉ : ୫ ଗିରଫ ୪ ବାଇକ ଜବତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ଡାହୁକା ନଦୀ କୁଳ ବାଉଁଶ ତୋଟା ରୁ ପାଞ୍ଚ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ସାତ ହଜାର ଟଙ୍କା, 51 ଟି ତାସ ପତା ଏବଂ ଚାରୋଟି ମୋଟର ସାଇକେଲ ଜବତ କରାଯାଇଛି ! ସୂଚନା ଅନୁସାରେ ଡାହୁକା ନଦୀ କୁଳ ରେ ଥିବା ଏକ ବାଉଁଶ ତୋଟା ରେ ଜୁଆ ଖେଳ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଆଜି ସଦର ଥାନା ପୋଲିସ ଚଢ଼ାଉ କରି ରାଉତରାପୁର ଗ୍ରାମ ର ପ୍ରଭାତ ଦାସ, ଯଦୁପୁର ଗ୍ରାମର ବୈକୁଣ୍ଠ ସ୍ବାଇଁ , ସନ୍ତୋଷ କୁମାର ପାତ୍ର , ବୋଦାପଡା ଗ୍ରାମ ର ମହନ୍ତ ଷଣ୍ଢ, ରଞ୍ଜିତ ଭୂଇୟା ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ 3 ଜଣ ଚମ୍ପଟ ମାରି ଖସି ପଳାଇଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ ସୂଚନା ଦେଇଛନ୍ତି !

Leave a Reply

Your email address will not be published. Required fields are marked *