ଗଜପତିରେ 63 ତମ ସହିଦ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ଠାରେ ଥିବା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ 63 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗ ଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ସୁରକ୍ଷା, ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଜନ ସେବା କ୍ଷେତ୍ରରେ ଗଜପତି ଜିଲ୍ଲା ପୋଲିସ ଦକ୍ଷତାର ସହ କାର୍ଯ୍ୟ କରି ଆସୁଅଛି । କୋଭିଡି ସମୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ନିୟମ ଅନୁପାଳନ କ୍ଷେତ୍ରରେ ଜିଲ୍ଲା ପୋଲିସର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ । ପରେ ଶହିଦ ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ପୋଲିସ ରିଜର୍ଭ ଆର ଅଇ ଡମ୍ବରୁଧର ହାନାଙ୍ଗାଙ୍କ ନେତୃତ୍ବରେ ପୋଲିସ ପ୍ୟାରେଡ଼ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମାଣ୍ଡେଟ ଜୁରୀଆ ବେହେରା, ଅତିରିକ୍ତ ଏସ ପି ବାମଦେଵ ସିଂ, ସରଜେଣ୍ଟ ଏମ୍ ଲକ୍ଷ୍ମୀ ରଞ୍ଜନ, ଡି. ଏସ ପି ଆର କେ ଦାସ, ଡି ଏସ ପି ଆଚାର୍ଯ୍ୟ, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ହୋମଗାର୍ଡ ଆର ଆଇ ପି କେ ଜେନାଙ୍କ ସମେତ ବହୁ ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *