କଟକ ମହାନଦୀ ବିହାର ଅଞ୍ଚଳରେ ବଡ଼ ଧରଣର ଲୁଟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ମହାନଦୀ ବିହାର ଅଞ୍ଚଳରେ ବଡ଼ ଧରଣର ଲୁଟ । ସୂଚନା ଅନୁଯାୟୀ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଦିପ୍ତିରଞ୍ଜନ ପଟ୍ଟନାୟକ ଗତକାଲି ରାତିରେ ଜମି ବାବଦକୁ ଟଙ୍କା ଆଣି ଘରେ ରଖିଥିଲେ ! ଆଉ ଆଜି ଆଜି ଭୋର ୫ ରୁ ୬ ମଧ୍ୟରେ ୫ ଜଣ ଦୁର୍ବୁତ୍ତ ଆସି ପ୍ରଥମେ ତାଙ୍କ କବାଟକୁ ଠକ୍ ଠକ୍ କରିଥିଲେ ! ତାଙ୍କ ଧର୍ମ ପତ୍ନି କବାଟ ଖୋଲିବା ମାତ୍ରେ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିଲେ ! ପରେ ଦିପ୍ତି ରଞ୍ଜନ ଙ୍କ ସମେତ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ଗୋଡ଼ ହାତ ବାନ୍ଧି ଆହତ କରିବା ସହ ନଗଦ ଟଙ୍କା ସାଙ୍ଗକୁ ସୁନା ଗହଣା ଲୁଟି ନେଇଛନ୍ତି , ଯାହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ହେବ । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ଏବଂ ଫରେନ୍ସିକ ଟିମ ପହଞ୍ଚି ଆଖ ପାଖରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୁର୍ବୁତ୍ତ ଖୁବ୍ ଶୀଘ୍ର ପୋଲିସ ପଞ୍ଝାରେ ଧରା ପଡ଼ିବେ ବୋଲି ଆଶା କରାଯାଉଛି । ପୂର୍ବରୁ ମହାନଦୀ ବିହାର ଅଞ୍ଚଳର କେତେ ଗୁଡିଏ ସ୍ଥାନ ମାନଙ୍କରେ ସୁନା ହାର ଚୋରି , ଘରୁ ଚୋରି ଆଦି ଘଟିଥିବା ବେଳେ ଆଜି ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳାଇ ଦେଇଛି । ଅନ୍ୟପଟେ ସେଠିକାର ସ୍ଥାନୀୟ କର୍ପୋରେଟର ମଧ୍ୟ କହିଛନ୍ତି ଯେ ପୋଲିସ ର ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ ଟିକେ କଡା କଡ଼ି କରାଗଲେ ଏଭଳି ଘଟଣା ଘଟନ୍ତାନି ।

Leave a Reply

Your email address will not be published. Required fields are marked *