ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଅଞ୍ଚଳରେ ଧୁମଧାମରେ ଆଲୋକର ପର୍ବ ଦୀପାବଳି ପାଳିତ ହେଇ ଯାଇଛି । ତେବେ ଅସାବଧାନତା କାରଣରୁ କେତେକ ସ୍ଥାନରେ ଘଟି ଯାଇଛି ଅଘଟଣ ! ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଜନ ସାଧାରଣ ବାଣ ଫୁଟାଇ ନଥିବା ବେଳେ ଚଳିତ ବର୍ଷ ବିଶେଷ କରି ପିଲା ମାନଙ୍କ ମଧ୍ୟରେ ବାଣ ଫୁଟାଇବାକୁ ନେଇ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିଲା । ତେବେ ଦୀପାବଳୀରେ ଘଟିଯାଇଛି ଦୁଇଟି ଦୁର୍ଘଟଣା ! ବିଦ୍ୟୁତ ସଟ ସର୍କିଟ ହୋଇ ବାଣପୁର ଯୋଗୀ ପୋଖରୀ ସମୁଖରେ ଥିବା ଜଗନ୍ନାଥ ପ୍ରଧାନଙ୍କ ପରିବା ଦୋକାନରେ ନିଆଁ ଲାଗି ଯାଇଥିଲା । ସେହିପରି ବାଣ ବିସ୍ଫୋରଣରେ ବାଣପୁର ଭେଟେଶ୍ୱର ପଞ୍ଚାୟତ ଶିବ ପ୍ରସାଦ କୋଦାଳ ସିଂହଙ୍କ ପୁଅ ରାମ (୨୦) ଙ୍କର ହାତ ଓ ଗୋଡରେ କ୍ଷତ ସୃଷ୍ଟି ହୋଇଛି । ପ୍ରଥମେ ରାମଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତାପରେ ଅବସ୍ଥା ଗୁରୁତର ହେବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଭୁବନେଶ୍ଵର ପଠାଇ ଦିଆଯାଇଛି ।
ବାଣପୁରରେ ବାଣ ଫୁଟି ଯୁବକ ଗୁରୁତର !!!

