ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ବନ ବିଭାଗ ରେଞ୍ଜ ପଟିଆ ମାଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ରେ ଆସିଲା ନୂଆ ଅପଡେଟ ! କରେଣ୍ଟ ମାଡରେ ଦନ୍ତାହାତୀ ର ମୃତ୍ୟୁ , ଜଣେ ଗିରଫ ! ଗତ ୨୪ ତାରିଖ ବିଳମ୍ବିତ ରାତ୍ରରେ ଦନ୍ତାହାତୀ ର ମୃତ୍ୟୁ ଘଟିଲା ଏବଂ ୨୫ ତାରିଖରେ ବନ ବିଭାଗ ଜାଣିବାକୁ ପାଇଲା । ହେଲେ ଦନ୍ତାହାତୀ ର ମୃତ୍ୟୁ ର କାରଣ କ’ଣ ହୋଇପାରେ ତାହା ବନ ବିଭାଗ ଜାଣି ପାରିଲା ନାହିଁ । ତଥାପି ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ତଦନ୍ତ ଆରମ୍ଭ କରି ହାତୀ ମୃତ୍ୟୁ ର କାରଣ ଖୋଜିବା ଆରମ୍ଭ କରି କରି ସଫଳ ହୋଇଥିଲେ । ଅଭିଯୁକ୍ତ କୁ ଗିରଫ ମଧ୍ୟ କରିବାରେ ସଫଳ ହେଲେ । ଅଭିଯୁକ୍ତ ଜଣକ ନିଜର ଫସଲ କୁ ଦନ୍ତାହାତୀ ଙ୍କ ଉପଦ୍ରବ ରୁ ରକ୍ଷା କରିବା ପାଇଁ ଫସଲ ଚତୁପାର୍ଶ୍ୱରେ ଇଲେକ୍ଟ୍ରି କରେଣ୍ଟ ବିଛାଇ ଥିଲେ , ଆଉ ସେହି କରେଣ୍ଟ ମାଡରେ ଦନ୍ତାହାତୀ ର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଠାରୁ କରେଣ୍ଟ ତାର ଜବତ କରିଛି ଟାଙ୍ଗୀ ବନ ବିଭାଗ । ଅଭିଯୁକ୍ତ ଜଣକ ଅରୁଣ କୁମାର ପ୍ରଧାନ । ଟାଙ୍ଗୀ ବନ ବିଭାଗ ରେଞ୍ଜ ପଟିଆ-ମାଳ ଫରେଷ୍ଟ ସ୍ଥିତ ଗଛପତ୍ର ଜଙ୍ଗଲରେ ଗଜରାଜଙ୍କର ମୃତ୍ୟୁଘଟଣାର ନୂଆ ଟୁଇଷ୍ଟ ଆସିଥିଲା । ଅଭିଯୁକ୍ତ ଙ୍କ କହିବା ଅନୁସାରେ ହାତୀ ଆମର ଫସଲ କ୍ଷତି କଲା , ତେଣୁ କରେଣ୍ଟ ଲଗାଇ ଫସଲର ସୁରକ୍ଷା କରୁଥିଲି , ହେଲେ ସେହି କରେଣ୍ଟ ହାତୀ ପାଇଁ ମୃତ୍ୟୁ ର ଫାସ ହୋଇଗଲା । ହାତୀ-ମଣିଷ ଲଢେ଼ଇ ମଧ୍ୟରେ ବଳି ପଡିଗଲା ହାତୀ । ସରଜମିନ ତଦନ୍ତ ପରେ ଦନ୍ତାହାତୀ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଥିଲା । ଅଭିଯୁକ୍ତ ଅରୁଣ କୁମାର ପ୍ରଧାନ ନିଜ ଫସଲକୁ ସୁରକ୍ଷା ଦେବାପାଇଁ ଇଲେକ୍ଟ୍ରି କରେଣ୍ଟ ତାର ବିଛାଇ ଥିଲା ଏବଂ ସେହି କରେଣ୍ଟ ମାଡରେ ଦନ୍ତାହାତୀ ର ମୃତ୍ୟୁ ହେଲା ବୋଲି ଖୋର୍ଦ୍ଧା ACF ଅସିତ କୁମାର ମିଶ୍ର କହିଛନ୍ତି ।
କରେଣ୍ଟ ମାଡରେ ଦନ୍ତାହାତୀ ମୃତ୍ୟୁ : ଜଣେ ଗିରଫ !!!

