ବାଣପୁର ପଙ୍କାଳ ଗ୍ରାମର ହତ୍ୟାକାଣ୍ଡ ଘଟଣା : ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଙ୍କାଳ ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ଲୋମ ହର୍ଷଣକାରୀ ମିନାକ୍ଷୀ ରାଉତରାୟ ହତ୍ୟାକାଣ୍ଡର ଫେରାର ଥିବା ଆସାମୀ ମାନଙ୍କ ମଧ୍ୟରୁ ଜଣକୁ ବାଣପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ସମସ୍ତ ଆସାମୀ ଫେରାର ହୋଇ ଯାଇଥିବା ବେଳେ ବାଣପୁର ପୋଲିସ ର ତୀକ୍ଷ୍ଣ ନଜରରୁ ହତ୍ୟାକାରୀ ମାନେ ଖସିପାରି ନାହାଁନ୍ତି । ତେବେ ମୃତ ମିନାକ୍ଷୀ ରାଉତରାୟଙ୍କର ଦେଢ଼ସୁର ଲକ୍ଷ୍ମୀଧର ରାଉତରାୟ , ବୟସ ୬୮ ବର୍ଷ ଯେକି ଉକ୍ତ ମାମଲାରେ ଜଣେ ହତ୍ୟା ଆସାମୀ ଥିଲେ, ତାଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି ! ବାଣପୁର ଥାନା କେଶ୍ ନଂ ୪୧୮ / ୨୨ ମାମଲା ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ଫେରାର ଥିବା ଅନ୍ୟ ଆସାମୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଣପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *