ଚିଲିକା ର ନୀଳ ଜଳରାଶି ରେ ୨୧ କିମି ସନ୍ତରଣ କରିଲେ ଜଳପରୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମିସ୍ ଜିଆ ରାଏ , ବୟସ ମାତ୍ର ୧୪ ବର୍ଷ , ଘର ବନାରସ ମାତ୍ର ସେ ମୁମ୍ବାଇ ରେ ରୁହନ୍ତି । ମିସ୍ ଜିଆ ରାଏ ଙ୍କର ବାପା ମଦନ ରାଏ । ମଦନ ରାଏ ହେଉଛନ୍ତି ଭାରତୀୟ ନୌସେନା ର ଜଣେ ପଦାଧିକାରୀ । ମିସ୍ ଜିଆ ରାଏ ଜଣେ ଦିବ୍ୟାଙ୍ଗ ଅଟନ୍ତି ସତ , ମାତ୍ର ନିଜର ଅଲୌକିକ ପ୍ରତିଭା ଯୋଗୁଁ ସେ ସାରା ଭାରତ ବର୍ଷରେ ଜଣେ ଚର୍ଚ୍ଚିତ ଚେହେରା ହୋଇ ପାରିଛନ୍ତି । ଶ୍ରୀଲଙ୍କା ରୁ ଭାରତ କୁ ଜଳପଥରେ ସଂଯୋଗ କରୁଥିବା ରାସ୍ତାରେ ( ପାକ୍ ଷ୍ଟ୍ରେଟ୍ ) ମିସ୍ ଜିଆ ରାଏ , ବୟସ ମାତ୍ର ୧୩ ବର୍ଷ ୧୦ ମାସ ହୋଇଥିଲା ସେତେବେଳେ ଶ୍ରୀଲଙ୍କା ର ତାଲାଇମନାର ଠାରୁ ଭାରତର ଧନୁସକୋଡି ପର୍ଯ୍ୟନ୍ତ ୨୯ କିମି ଜଳପଥକୁ ମାତ୍ର ୧୩ ଘଣ୍ଟା ୧୦ ମିନିଟରେ ସନ୍ତରଣ ଦ୍ୱାରା ଅତିକ୍ରମ କରିଥିଲେ । ( ୨୦-୦୩-୨୨ ) । ଏହା ପୂର୍ବରୁ ଜିଆ ରାଏ ୩ ବିଶ୍ୱସ୍ତରୀୟ ପାରା ସୁଇଙ୍ଗ ରେ ୧୪ କିମି , ୨୨ କିମି ଏବଂ ୩୬ କିମି ସନ୍ତରଣ କରି ରେକର୍ଡ କରିଥିଲେ ।ଏଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ମନ୍-କି-ବାତ୍ କାର୍ଯ୍ୟକ୍ରମ ରେ ପ୍ରଶଂସା କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ଏସିଆ ବୁକ୍-ଅଫ୍-ରେକର୍ଡ ଏବଂ ଇଣ୍ଡିଆ ବୁକ୍-ଅଫ୍-ରେକର୍ଡ ରେ ନିଜ ନାମକୁ ସ୍ଥାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ହାସଲ କରିଛନ୍ତି । ବିଗତ ୩ ବର୍ଷରେ ମିସ୍ ଜିଆ ରାଏ ଦେଶ ଏବଂ ରାଜ୍ୟ ସ୍ତରୀୟ ଓପନ ୱାଟର ସୁଇମିଙ୍ଗ ପ୍ରତିଯୋଗିତାରେ ୨୬ସ୍ୱର୍ଣ୍ଣ ପଦକ , ୧ଟି ରୌପ୍ୟ , ୧ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏବେ ଏହି ମିସ୍ ଜିଆ ରାଏ ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ସନ୍ତରଣ କରୁଛନ୍ତି । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈ ଙ୍କ ପୀଠ ତଥା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡରୁ ବାଲୁଗାଁ ଜେଟି ତଥା ଚିଲିକା କୂଳ ଯାହାର ଦୂରତା ୨୧ କିମି ଜଳପଥରେ ସନ୍ତରଣ କରୁଛନ୍ତି । ଭେଟେରାନ୍ସ କ୍ଲବ ଓଡିଶା ( ଅବସର ପ୍ରାପ୍ତ ସାମରିକ କର୍ମଚାରୀ ) ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଚିଲିକାର ଜଳରାଶି ରେ ନୂତନ ବାର୍ତ୍ତା ଦେବାକୁ ଚାହୁଁଛି ଭେଟେରାନ୍ସ କ୍ଲବ ଭୁବନେଶ୍ୱର । ଭେଟେରାନ୍ସ କ୍ଲବ ଓଡିଶା ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସହାୟତା କରିଛନ୍ତି ନୌସେନା ବାହିନୀର ଓଡିଶା ମୂଖ୍ୟ କମାଣ୍ଡର ଏନକେ ପ୍ରଦୀପ !

Leave a Reply

Your email address will not be published. Required fields are marked *