ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଲୋକପ୍ରିୟ ଚିକିତ୍ସକ ତଥା ଓଡ଼ିଶା ବିଧାନସଭା ମେଡିକାଲ ର ଭୂତପୂର୍ବ ଚିକିତ୍ସା ଅଧିକାରୀ ଡାକ୍ତର ରାଜକିଶୋର ସାହୁ ଙ୍କ ବିୟୋଗ ପରେ ମାର୍କେଟ ବିଲିଙ୍ଗ୍ ସ୍ଥିତ ଇଷ୍ଟର୍ନ ଟାୱ।ର ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି । ବରିଷ୍ଠ ଆଇନଜୀବି ବନବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବଡ଼ଚଣା ବିଧାୟକ ତଥା ବିଧାନସଭାର ମୂଖ୍ୟ ସଚେତକ ଅମର ଶତପଥୀ, ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାଶ , ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଯୁବ ଉଦ୍ୟୋଗୀ ଅଶୋକ କୁମାର ସାହୁ, ଶିଶିର ମହାପାତ୍ର, ସାହିତ୍ୟିକ ପ୍ରମୋଦ ମାସାନ୍ତରାୟ , ଦିପକ ମୋଦି, ପରମେଶ୍ବର ପଟ୍ଟନାୟକ, ଓମ୍ ପ୍ରକାଶ ସାହା, ମୁଖ୍ୟମନ୍ତ୍ରୀ ଙ୍କ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପତି, ଶିଳ୍ପପତି ଦିବ୍ୟଲୋକ ପଟ୍ଟନାୟକ, ବାଲ୍ୟ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ରଥ , ବରିଷ୍ଠ ଅଧିକାରୀ ଯଶୋବନ୍ତ ପଟ୍ଟନାୟକ , ସମାଜସେବୀକା ମଧୁମିତା ନାଥ, ବରିଷ୍ଠ ନାଗରିକ ମହେଶ୍ବର ମିଶ୍ର , ପ୍ରିୟବ୍ରତ କର, ସାଗର ରଞ୍ଜନ ସାହୁ, ଶେଖର ସାହୁ , ନାରାୟଣ ସାହୁ, ଦେବାଶିଷ ସାହୁ , ବିଶିଷ୍ଟ ସମାଜସେବୀ ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ରୋଗୀ ସେବା ହଁ ଡାକ୍ତର ସାହୁଙ୍କ ପ୍ରାଣ ଥିଲା ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲୋ । ଶେଷରେ ଜୀବନ ରଞ୍ଜନ ସ୍ୱ।ଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଡାକ୍ତର ରାଜକିଶୋର ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳୀ !!!

