ପତଞ୍ଜଳି ଯୋଗ ସମିତି ଏବଂ ପିପିଏଲ ଟାଉନ ସିପ ଦ୍ୱାରା ଯୋଗ ଶିବିର ଆୟୋଜିତ !!!

0
133

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପତଞ୍ଜଳି ଯୋଗ ସମିତି ଏବଂ ପିପିଏଲ ଟାଉନ ସିପ ଦ୍ୱାରା ଯୋଗ ଶିବିର ଆୟୋଜିତ ! ସକାଳ 5.30 ରେ ଦୀପ ପ୍ରଜ୍ବଳନ କରାଯାଇ ଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯୋଗ ଶିକ୍ଷକ ଆର୍ତ୍ତତ୍ରାଣ ସାହୁ, ଦୈତାରୀ ବିନ୍ଧାଣି, ନାରାୟଣ ସାହୁ, ଗୋବିନ୍ଦ ଜେନା, ପଦ୍ମାଳୟା ରାଉତ , ପି କେ ରାଉତ ପ୍ରମୁଖ ଯୋଗ ପରିଚାଳନା କରିଥିଲେ ! ପରେ ପିପିଏଲ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଯଜ୍ଞ ର ଆୟୋଜନ କରାଯାଇଥିଲା ! ରାଜ୍ୟ ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ , ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଓ ସମାଜସେବୀ ବସନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଯୋଗ ଓ ଯଜ୍ଞ ର ମହତ୍ୱ, ବୈଜ୍ଞାନିକ ତତ୍ୱ ଉପରେ ଆଲୋକପାତ କରିଥିଲେ । ସୁସ୍ଥ, ଶିକ୍ଷିତ ,ସମୃଦ୍ଧ ଓ ସଂସ୍କାରବାନ ଭାରତ ନିର୍ମାଣର ସଂକଳ୍ପ ନେଇ ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ସମସ୍ତଙ୍କୁ ଯୋଗ ଓ ଯଜ୍ଞ ରେ ସାମିଲ କରିବା ପାଇଁ ପତଞ୍ଜଳି ଯୋଗ ସମିତି, ପିପିଏଲ ଟାଉନ ସିପ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରତିମାସ ଶେଷ ରବିବାର ଆୟୋଜନ କରାଯାଉଛି । ପ୍ରକାଶ ଥାଉକି ପିପିଏଲ ପରିସରରେ କର୍ମଚାରୀ ମାନଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ପିପିଏଲ କର୍ତ୍ତୃପକ୍ଷ ପ୍ରତି ଦିନ ର ସନ୍ଧ୍ୟା 8. 00 ଟା ରେ ନୂତନ ଭାବେ ଯୋଗ କକ୍ଷ୍ୟା ଆରମ୍ଭ କରିଛନ୍ତି । ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଆଗାମୀ ଦିନରେ ସମସ୍ତେ ଯୋଗ ଓ ଯଜ୍ଞ ରେ ସାମିଲ ହୋଇ ସୁସ୍ଥ ସମାଜ ଗଠନ ରେ ସହଯୋଗୀ ଓ ଉପଯୋଗୀ ହେଵା ପାଇଁ ସମିତି ପକ୍ଷରୁ ଅନୁରୋଧ କରାଯାଉଛି ।

LEAVE A REPLY

Please enter your comment!
Please enter your name here