ଚିରନିଦ୍ରାରେ ଚିତ୍ତରଞ୍ଜନ !!!

0
296
Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଉ ନାହାନ୍ତି ଚିତ୍ତରଞ୍ଜନ ନାୟକ . ନିଜର ଅଭିବ୍ୟକ୍ତିକୁ ସର୍ବଦା ଶାଣିତ କରି ବ୍ୟଙ୍ଗାତ୍ମକ ଲେଖାରେ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିବା ଚିତ୍ତରଞ୍ଜନ ନାୟକ ଏବେ ସବୁରି ହୃଦୟରେ ଭରି ଦେଇଛନ୍ତି ଅସରନ୍ତି କଷ୍ଟ . ଗତ ଏକ ସପ୍ତାହ ଧରି କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି . ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ତଥା ଲୋକପ୍ରିୟ ଥିବା ବ୍ୟଙ୍ଗ କବି ଚିତ୍ତରଞ୍ଜନ ନାୟକଙ୍କ ଅକାଳ ନିଧନ ଖବର ଶୁଣି ସ୍ତବ୍ଧ ହୋଇ ଯାଇଛନ୍ତି ତାଙ୍କର ଶୁଭେଛୁ ଓ ପ୍ରଶଂସକ . ବିଶେଷ କରି ସୋସାଲ ମିଡ଼ିଆର ଫେସବୁକ ସାଇଟ ରେ ଦେଖିବାକୁ ମିଳିଛି ସହସ୍ରାଧିକ ଶୋକ ବାର୍ତ୍ତା .

ଫେସବୁକ ରେ ଶେଷ ପୋଷ୍ଟ ଥିଲା – ” ଜର ଜର ଲାଗୁଛି , କରୋନା କି କଣ ଜାଣି ପାରୁନି . ତେଣୁ କାହା କମେଣ୍ଟ ର ଉତ୍ତର ଦେଇ ପାରୁନି – କ୍ଷମା କରିଦେବ .” ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାରର , କିଏ ଜାଣିଥିଲା ଦିନକ ପାଇଁ ଉତ୍ତର ଦେଇ ନପାରି କ୍ଷମା ମାଗୁଥିବା ଚିତ୍ତରଞ୍ଜନ ନାୟକ ସବୁଦିନ ପାଇଁ ନିରୁତ୍ତର ହୋଇଯିବେ ବୋଲି . ପ୍ରଚଳିତ ବ୍ୟବସ୍ଥାରେ ଥିବା ଯେକୌଣସି ତ୍ରୁଟିକୁ ଦୃଢ ଭାବରେ ବିରୋଧ କରି କଟାକ୍ଷ କରୁଥିଲେ ଚିତ୍ତରଞ୍ଜନ . ବ୍ୟକ୍ତିଗତ ଚରିତ୍ର ସ୍ଖଳନ ଠାରୁ ଆରମ୍ଭ କରି ପ୍ରଶାସନିକ ଦୋଷ ଦୁର୍ବଳତାକୁ ଅତି ଶାଣିତ ଭାଷାରେ କଟାକ୍ଷ କରି ସେ ପାଲଟିଥିଲେ – କଡା କଟାକ୍ଷ . ହେଲେ ଆଜି ସତ୍ୟନଗର ର ମହାଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଯାଇଛି ତାଙ୍କର ପାର୍ଥିବ ଶରୀର , ଆଉ ଶୁଭିବନି କଡା କଟାକ୍ଷର ସ୍ୱର .

LEAVE A REPLY

Please enter your comment!
Please enter your name here