ପ୍ରାଣୀଧନ ଚିକିତ୍ସକଙ୍କ ଆନ୍ଦୋଳନ !!!

0
291

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କରୋନା ଯୋଦ୍ଧା ର ମାନ୍ୟତା ମିଳିନାହିଁ କିନ୍ତୁ ଲକ ଡାଉନ ଓ ସଟ ଡାଉନ ସମୟରେ ଅନବରତ ସେବା ଯୋଗାଇ ଆସୁଛନ୍ତି । ଡାକ୍ତର ମାନଙ୍କ ଭଳି ତାଲିମ ପାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ପଦ ମର୍ଯ୍ୟଦା ମିଳିନାହିଁ । ଗତ 15 ବର୍ଷ ହେଲା ଗଜପତି ଜିଲ୍ଲାରେ କାମ କରୁଥିବା ପ୍ରାଣୀଧନ ଚିକିତ୍ସକ ମାନଙ୍କୁ ଡାକ୍ତର ମାନଙ୍କ ଭଳି ପଦ ମର୍ଯ୍ୟଦା ମିଳି ନଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ପ୍ରାଣୀ ଚିକିତ୍ସକ ମାନେ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁସାରେ ସାଧାରଣ ଡାକ୍ତର ମାନଙ୍କ ଭଳି 5 ବର୍ଷ 6 ମାସ ପାଠ ପଢି ସାରିବା ପରେ ପ୍ରାଣୀଧନ ଚିକିତ୍ସକ ଭାବେ ନିଯୁକ୍ତି ମିଳିଥାଏ । କିନ୍ତୁ ଡାକ୍ତର ମାନଙ୍କ ଭଳି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପ୍ରଦାନ କରାଯାଉ ନଥିବାରୁ ଏମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଡାକ୍ତର ଭଳି ସମାନ ସେବା ଯୋଗାଇ ଆସୁଥିବା ସତ୍ତ୍ୱେ ପ୍ରାଣୀଧନ ଚିକିତ୍ସକଙ୍କୁ ଅବହେଳା କରାଯାଉଛି , ତେଣୁ ଏହାର ପ୍ରତିବାଦରେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ ଜାରି ରହିଛି । ଏହା ସହିତ ଏପ୍ରିଲ 25ତାରିଖ ରୁ ଡିଜିଟାଲ ସେବା ବର୍ଜନ, ମେ 1 ତାରିଖରୁ କଲମ ଛାଡ଼, ଚିକିତ୍ସାଳୟ ପରିସର କାର୍ଯ୍ୟ ନିର୍ଘଣ୍ଟ ଓ କାର୍ଯ୍ୟ ଦିବସ ବାହାରେ ସେବା ବିରତ, ମେ 15 ତାରିଖରୁ ସମୂହ ଛୁଟି ଓ ମେ 25 ତାରିଖରୁ ସମୂହ ଇସ୍ତଫା ଦେବା ପାଇଁ ବାଧ୍ୟ ହେବେ ବୋଲି ସଙ୍ଘ ତରଫରୁ ସହ – ସମ୍ପାଦକ ପ୍ରଶାନ୍ତ କୁମାର ସାମଲ, ଜିଲ୍ଲା ପ୍ରତିନିଧି ଡାକ୍ତର କାମେଶ୍ୱର ରେଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here