କଳାପଥର ମୁଖ୍ୟ ବଜାର ଭିତରୁ ବଲେରୋ ପିକପ ଭ୍ୟାନ୍ ଚୋରୀ !!!

0
289

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ମୁଖ୍ୟ ବଜାର ଭିତରୁ ବଲେରୋ ପିକପ ଭ୍ୟାନ୍ ଚୋରୀ . ସୂଚନା ଅନୁସାରେ କଳାପଥର ଗ୍ରାମର ବ୍ୟବସାୟୀ ପ୍ରଦୀପ କୁମାର ସାହୁଙ୍କର ବଲେରୋ ପିକପ ଭ୍ୟାନ୍ ( ନଂ – OD 02 E 8639 ) ଟି ମୁଖ୍ୟ ବଜାର ଭିତରେ ଥିବା କାନାରା ବ୍ୟାଙ୍କ ସମ୍ମୁଖରେ ରଖା ଯାଇଥିବା ସମୟରେ କେହି ଦୁର୍ବୁତ୍ତ ଚୋରାଇ ନେଇଛି . ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ବୈଦେଶ୍ଵର ପୁଲିସ . ତେବେ ଚୋରୀ ଘଟଣାକୁ ଏକ ସପ୍ତାହ ବିତିବା ପରେ ବି , ଲୁଟେରାଙ୍କର ଟେର ପାଇନାହିଁ ପୁଲିସ .

ଅନ୍ୟ ପକ୍ଷରେ କଳାପଥର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଲାଗିଥିବା ଏକ ସିସି କ୍ୟାମେରାରେ ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ମାନେ ବଲେରୋ ଗାଡି ନେଇ ଯାଉଥିବାର ଦୃଶ୍ୟ କଏଦ ହୋଇଛି . କଳାପଥର ମୁଖ୍ୟ ବଜାର ଭିତରେ ଥିବା କାନାରା ବ୍ୟାଙ୍କ ସାମନା ସେହି ସ୍ଥାନଟି ବେଶ ପ୍ରଶସ୍ତ ହୋଇଥିବାରୁ ରାତିରେ ବହୁ ମାଲବାହୀ ଏବଂ ଛୋଟ ଯାତ୍ରୀବାହୀ ଗାଡି ସେଠାରେ ପାର୍କିଙ୍ଗ କରିଥାଏ . ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେହି ରାସ୍ତା ଦେଇ ଲୋକ ଏବଂ ପନିପରିବା ବୋହୁଥିବା ଗାଡିର ଚାଳକ ମାନେ ଚଳପ୍ରଚଳ ହୋଇଥାନ୍ତି . ତେବେ ବ୍ୟାଙ୍କ ସମ୍ମୁଖରୁ ଏପରି ବଲେରୋ ଗାଡି ଚୋରୀ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ସମୟରେ ଘଟଣା ପଛରେ ସ୍ଥାନୀୟ କେହି ଲୋକ କିମ୍ବା ଡ୍ରାଇଭର ସମ୍ପୃକ୍ତ ଥିବା କଥା ଆଲୋଚନା ହେଉଛି .

LEAVE A REPLY

Please enter your comment!
Please enter your name here