ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଦୀର୍ଘ ବର୍ଷ ଧରି ସରକାରୀ ଉଦାସୀନତା ର ଶୀକାର ହୋଇ , ଆଗରୁ ବହୁବାର ଆନ୍ଦୋଳନକୁ ଓହ୍ଲାଇଛି ପଞ୍ଚାୟତ କର୍ମଚାରୀ ସଂଘ ! ଚଳିତ ଥର ମଧ୍ୟ ଶୀତ କାଳୀନ ଅଧିବେଶନରେ ରାଜଧାନୀର ଲୋୟର ପିଏମଜି ରେ ସଂଘ ପକ୍ଷରୁ ଦିଆ ଯାଇଛି ଧାରଣା ! ହେଲେ ଏପର୍ଯ୍ୟନ୍ତ ନା ହୋଇଛି ଆଲୋଚନା , ନା ଦାବୀ ସମ୍ପର୍କରେ ପର୍ଯ୍ୟାଲୋଚନା ! ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାମ କରୁଥିବା ପିଅନ , ଝାଡୁଦାର ଏବଂ ରାତ୍ର ଜଗୁଆଳ ମାନେ ଦୈନିକ ସର୍ବନିମ୍ନ ମଜୁରୀ ଠାରୁ ମଧ୍ୟ କମ ଅର୍ଥ ପାଇ ଖଟି ଚାଲିଛନ୍ତି ! ସ୍ଥାୟୀ ନିଯୁକ୍ତି ଏବଂ ନିୟମିତ ଦରମା ଦାବୀ କରି , ରାଜ୍ୟ ବିଜେଡିର ଜଣେ ଟାଣୁଆ ନେତା ତଥା ମନ୍ତ୍ରୀଙ୍କୁ ସଂଗଠନର ରାଜ୍ୟ ସଭାପତି କରି ଆନ୍ଦୋଳନ ଚଲାଇଛି ସଂଘ ! ହେଲେ ବିଭାଗୀୟ ଅଧିକାରୀଙ୍କ ଟାଳଟୁଳ ନୀତି କାରଣରୁ ଫଳାଫଳ ଶୂନ !


