ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଡିସେମ୍ବର 4 ରେ ଭୁବନେଶ୍ୱର ଓକିଲ ସଙ୍ଘ ର ଡାକରା ରେ ରାଜ୍ୟର ସବୁ ଓକିଲ ସଙ୍ଘ ର ପ୍ରତିନିଧି ମାନେ ଏକାଠି ହୋଇଥିଲେ l ଭାରତୀୟ ଓ ରାଜ୍ୟ ଆଇନଜୀବି ପରିଷଦର ଓକିଲ ମାରଣ ନୀତି କୁ ତୀବ୍ର ନିନ୍ଦା କରିଥିଲେ l ତେବେ ଡିସେମ୍ବର 12 ତାରିଖ ରେ ସାରା ରାଜ୍ୟର ସବୁ ଅଦାଲତରେ ଆଇନଜୀବି ମାନେ ସତ୍ୟାଗ୍ରହ ରେ ବସିବେ ବୋଲି ନିଷ୍ପତି କ୍ରମେ , ବାଣପୁର ବିଚାର ବିଭାଗୀୟ ଅଦାଲତର ଓକିଲ ସଙ୍ଘ ପକ୍ଷରୁ ଆଇନଜୀବି ମାନେ କଳାବ୍ୟାଚ ପରିଧାନ କରି କୋର୍ଟ ପରିସର ମଧ୍ୟରେ ଶାନ୍ତିପୂର୍ଣ ଭାବେ ଧାରଣା ଦେଇଥିଲେ ! ଆଇନଜୀବୀ ପରିଷଦ ର ମନମୁଖୀ ନୀତି କୁ ବିରୋଧ କରିଥିଲେ l ଆଇନଜୀବି ଙ୍କ ପ୍ରତି ଚାଲିଥିବା ଅନ୍ୟାୟ କୁ ସମସ୍ତେ ବିରୋଧ କରିଥିଲେ l ଓକିଲ ମାନଙ୍କର ମୌଳିକ ତଥା ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଯୋଗୁ ସତ୍ୟାଗ୍ରହ କରାଯାଉଛି ବୋଲି ମତପ୍ରକାଶ ପାଇଥିବା ବେଳେ କୋର୍ଟ କାର୍ଯ୍ୟ ସମୂର୍ଣ୍ଣ ରୂପେ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା l ଉକ୍ତ ସତ୍ୟାଗ୍ରହରେ ଓକିଲ ସଙ୍ଘ ର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ, ସମ୍ପାଦକ ଜଗନ୍ନାଥ ଭୋଳ, ଉପ-ସଭାପତି ପଦ୍ମଜ ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର ନାୟକଙ୍କ ସମେତ ବରିଷ୍ଠ ଆଇନଜୀବି ଗୌରୀଶଙ୍କର ଷଡ଼ଙ୍ଗୀ, ବୃନ୍ଦାବନ ପ୍ରଧାନ, ବିନୋଦ ସ୍ୱାଇଁ ପ୍ର୍ରମୁଖ ଉପସ୍ଥିତ ରହିଥିଲେ l
ଆଇନଜୀବି ପରିଷଦର ଓକିଲ ମାରଣ ନୀତି କୁ ବିରୋଧ କରି ବାଣପୁର ଓକିଲ ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ !!!

