କୃଷକ ସମାବେଶ କୁ ନେଇ ସାମ୍ବାଦିକ ସମ୍ମିଳନୀ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୫ ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଥିବା କୃଷକ ସମାବେଶ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଯୋଗଦେଲେ ବାଙ୍କୀ , କଳାପଥର , ଭାପୁର , ଖଣ୍ଡପଡା , ବୋଲଗଡ଼ ଓ ବେଗୁନିଆ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ! ପ୍ରତ୍ୟେକ ଟି ଚାଷୀ କିଭଳି ରାସାୟନିକ ସାର ପିଡିଆ ଠାରୁ ଉର୍ଦ୍ଧରେ ରହି ଆଧ୍ୟାତ୍ମିକତା ର ବାତାବରଣ ମଧ୍ୟରେ ଜୈବିକ ପଦ୍ଧତିକୁ ଆପଣେଇବ ଏବଂ ନିଜର କୃଷି କାର୍ଯ୍ୟ ସମ୍ପାଦନ କରିବ ତାହା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ! ଆସନ୍ତା ୨୫ ରେ ହେବାକୁ ଥିବା କୃଷକ ସମାବେଶ ରେ ଆଖପାଖ ୫0 ରୁ ଅଧିକ ଗାଁ ର ପ୍ରାୟ ୫ ହଜାର ଚାଷୀଙ୍କର ରହିବା ସମାଗମ ହେବ ବୋଲି ଆଶ୍ରମ ର ପରିଚାଳିକା ଯାଜ୍ଞସେନୀ ମହାରଣା ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ! ସାମ୍ବାଦିକ ସମ୍ମିଳନୀ ରେ ଆଶ୍ରମ ପକ୍ଷରୁ ଯୋଗ ଦେଇଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !

Leave a Reply

Your email address will not be published. Required fields are marked *