ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମାହାଙ୍ଗା ବିଧାୟକଙ୍କ ଦ୍ୱାରା ତିନି କୋଟି ରୁ ଅଧିକ ଟଙ୍କା ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଶିଳାନ୍ୟାସ ! କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବାଲିଆପଦା ଗ୍ରାମ ପଞ୍ଚାୟତ ନବ ନିର୍ମିତ ମିଶନଶକ୍ତି ଗୃହ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ବିଜୁ ସେତୁର ଶିଳାନ୍ୟାସ ଉତ୍ସବ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ହୋଇଯାଇଛି । ପ୍ରାରମ୍ଭରେ କଟକ ଚାନ୍ଦବାଲି ମୂଖ୍ୟ ରାସ୍ତାର ପଣସପଡିଆ ଠାରୁ ମାନ୍ୟବର ବିଧାୟକଙ୍କୁ ହଜାର ହଜାର ବିଜୁ ପ୍ରେମୀ ଓ ମିଶନଶକ୍ତିର ମହିଳା ମାନଙ୍କ ଉପସ୍ଥିତ ରହି ବାଜା, ବାଣ ସହ ପୁଷ୍ପଗୁଛ ଦେଇ ପାଛୋଟି ନେଇଥିଲେ । ପରେ ପରେ ବୋଧଙ୍ଗ ନିକଟରେ ବାଲିଆପଦା ସେବା ସମବାୟ ସମିତିର ସଭାପତି ଦିବାକର ସ୍ୱାଇଁ ଓ ଗୁରୁଜନ ମାନଙ୍କ ଦ୍ଵାରା ବିଧାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

୮ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ମିଶନଶକ୍ତି ଗୃହ ପଞ୍ଚାୟତର ମହିଳା ମାନଙ୍କର ଆର୍ଥିକ ଓ ସାମାଜିକ ବିକାଶର ମୂଳ ଉତ୍ସ ହେବ ବୋଲି ବିଧାୟକ ଉଦବୋଧନ ଦେଇଥିବା ବେଳେ ୨ କୋଟି ୨୩ ଲକ୍ଷ ବ୍ୟୟରେ ନିର୍ମାଣଧିନ କେନ୍ଦ୍ରାପଡ଼ା କେନାଲ୍ ର ବିଜୁସେତୁ ଜନସାଧାରଣ ଙ୍କ ଗମାନଗମନର ମାଧ୍ୟମ ପାଲଟିବ ବୋଲି ମାନ୍ୟବର ବିଧାୟକ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ଉପାଧ୍ୟକ୍ଷ ଅଶୋକ କୁମାର ଓଝା , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର ବ୍ଲକ ବିଜେଡି ସଭାପତି ତଥା ବୁହାଳ ସରପଞ୍ଚ ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଜେନା, ସମିତି ସଭ୍ୟ ରାଜେଶ କୁମାର ବେହେରା, ପଞ୍ଚାୟତ ସଭାପତି ପ୍ରଦିପ୍ତ କୁମାର ସାମନ୍ତରାୟ, ପ୍ରାକ୍ତନ ସରପଞ୍ଚ କୈଳାସ ଚନ୍ଦ୍ର ସାମନ୍ତରାୟ, ପ୍ରଶାନ୍ତ ବେହେରା, ଲକ୍ଷ୍ମୀଧର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

