ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଲୁଗାଁ ବାଇପାସ୍ ରୋଡ ନିକଟରେ ଚଢାଉ କରାଯାଇ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସଦାନନ୍ଦ ଦାସ (୨୫) , ଘର ଦୋଳସାହି ତିହିଡି ଭଦ୍ରକ ଜିଲ୍ଲା ବୋଲି ଜଣା ପଡ଼ିଛି । ସୂଚନା ମୁତାବକ ସନ୍ଧ୍ୟା ସମୟ ରେ କୌଣସି ସୂତ୍ରରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବାଲୁଗାଁ ବାଇପାସ୍ ରୋଡ ନିକଟରେ ଚଢାଉ କରାଯାଇଥିଲା । ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ହାତରେ ଧରା ପଡିଥିଲା ଅଭିଯୁକ୍ତ ସଦାନନ୍ଦ । ଅଭିଯୁକ୍ତ ନିକଟରୁ ୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଅଭିଯୁକ୍ତକୁ ଗିରଫ କରିବା ସହ ତା ବିରୁଦ୍ଧରେ ପିଆର କେସ ନମ୍ବର ୨୪ / ୨୦୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇ ଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।
ବାଲୁଗାଁ ବାଇପାସ୍ ରୋଡ ନିକଟରେ ଅବକାରୀ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ !!!

