ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଚଳିତ ମାସ ୩ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଜିଲ୍ଲାପାଳ ସ୍ୱଧା ଦେଵ ସିଂ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ଧର୍ମାନଦ ବେହେରା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ରାମଚନ୍ଦ୍ର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଶ୍ରୀ ଟୁନି ହିକକା , ଅଧ୍ୟକ୍ଷl ରାୟଗଡ ପଞ୍ଚାୟତ ସମିତି ସଂଯୁକ୍ତା କୁଲେସିକା, ଅଧ୍ୟକ୍ଷl କଲନାରା ପଂଚାୟତ ସମିତି ଆଦି ଯୋଗଦlନ କରିଥିଲେ । ଏହି ଅବସରରେ ମେଳା ମଧ୍ୟରେ ଜିଲ୍ଲା କୃଷୀ ବିଭାଗ ତରଫରୁ ଏକ କୃଷୀ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଓ ଜିଲ୍ଲାପାଳ ଦେଵ ସିଂ କୃଷି ମେଳାର ଉଦେଶ୍ୟ ଓ ଆଧୁନିକ ପ୍ରଣାଳୀରେ ଚାଷୀ କିପରି ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ତ୍ରିପାଠୀ, ଯୋଗଦେଇ ଜିଲ୍ଲାର କିଛି କୃଷକ ଆଧୁନିକ ପ୍ରଣାଳୀ ରେ କିପରି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରି ବର୍ତ୍ତମାନ ଯୁଗରେ କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ସବ୍ ସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ର ପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦlଶ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜଳବିଭାଜିକା ମିଶନ, ରାୟଗଡ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଘ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମେଳାରେ ଉଦଘାଟନୀ ଦିବସରେ ୧୦ ଜଣ କୃଷକ ଟ୍ରାକ୍ଟର ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ଭାସ୍କର ଛେଦିବଂଶ, ବିଜୟ କୁମାର ମିଶ୍ର, ରାଜେନ୍ଦ୍ର ନାୟକ, କ୍ରୁପାସିନ୍ଧୁ ଜିଲ୍ଲାକାରା ଏବଂ ଜି. ଶ୍ରୀନିବାସ ରାଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହାପରେ ଚାଷ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ମେଳାରେ ପ୍ରତେକ ଦିନ ସନ୍ଧ୍ୟା ୩ ଟା ରୁ୬ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନସାଧାରଣ ଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗଦାନ କରି ଏହାକୁ ଉପଭୋଗ କରିବା ସହିତ କୃଷି ଯନ୍ତ୍ରପାତି ମେଳା ବୁଲିଦେଖିଥିଲେ lଏହି ମେଳାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଷ୍ଟଲ ମାନ ଖୋଲାଯାଇ ତାଙ୍କର ଉତ୍ପlଦିତ ଦ୍ରଵ୍ୟ ବିକ୍ରୟ କରିଛନ୍ତି l ଏହି ୪ଦିନିଆ ମେଳାରେ ପ୍ରତେକ ଦିନ ବିଭିନ୍ନ ମାନ୍ୟଗନ୍ୟ ଅତିଥି, ଜନପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l

Leave a Reply

Your email address will not be published. Required fields are marked *