କାଗଜ କଲମରେ ଚାଲିଛି ଯୋଜନା : ଭିନ୍ନକ୍ଷମଙ୍କୁ ଅଣଦେଖା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଉପଲକ୍ଷେ, ବ୍ଲକର ବିଭିନ୍ନ ପଞ୍ଚାୟତରୁ ଅନେକ ଭିନ୍ନକ୍ଷମ ବ୍ୟକ୍ତି ଭାଗ ନେଇଥିଲେ l କିନ୍ତୁ ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି, ଯେଉଁଠି ମାଳ ମାଳ ସରକାରୀ ବାବୁ ଏବଂ ନିରୀହ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି, ସେଠାରେ ଭିନ୍ନକ୍ଷମ ବ୍ୟକ୍ତି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଥରେ ଦେଖନ୍ତୁ ଏହି ମହିଳାଙ୍କୁ, କିପରି ଭାବରେ ତତଲା ଖରାରେ ପଡିଛନ୍ତି ଏହା ପୁଣି ଖୋଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ! ତାସହିତ ଦେଖନ୍ତୁ ଏହି ବୃଦ୍ଧ ବ୍ୟକ୍ତିଙ୍କ ଅବସ୍ଥାକୁ , କିପରି ଅବସ୍ଥାରେ ପଡିଛନ୍ତି ଏମାନେ l ଏମାନଙ୍କ ପାଇଁ ନା ଅଛି ହୁଇଲ ଚେୟାର ନା ଅଛି କାହାର ସହଯୋଗ, ଆଉ ଯେଉଁମାନେ ସହଯୋଗ ପାଇଁ ଆସିଥିଲେ, ସେମାନେ କୌଶଳ ପଣେ ନିଜ ନିଜ ସମ୍ପର୍କୀୟ ମାନଙ୍କ କାମରେ ବ୍ୟସ୍ତ l ଆପଣ ମାନେ ଦେଖନ୍ତୁ ଭିନ୍ନକ୍ଷମ ମାନଙ୍କପାଇଁ ସାଧାରଣ ଚେୟାର ଟିଏ ମଧ୍ୟ ନାହିଁ ! ତାସହିତ ଦେଖନ୍ତୁ ରନ୍ଧା ଖାଦ୍ୟ ବଣ୍ଟନ ସ୍ଥାନର ଦୃଶ୍ୟ, ସରକାରୀ ବାବୁ କିପରି ଭାବରେ ଜୋତା ପିନ୍ଧି ଲୋକଙ୍କୁ ପରସୁଛନ୍ତି l ଏପରି ଅବ୍ୟବସ୍ଥା ଦେଖି ସମାଜ ସେବି ମାନସ ରଞ୍ଜନ ବାହୁବଳେନ୍ଦ୍ର କିଛି ଲୋକଙ୍କ ସହଯୋଗରେ ଅଭିଯୋଗ କ୍ରମେ ଅବଶ୍ୟ କିଛି ସୁଧାର ଆସିଥିଲା l ଆପଣ ମାନେ ଏଥିରୁ ଅନୁଭବ କରନ୍ତୁ ଯେଉଁ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ଅନେକ ସୁବିଧା କରିଛନ୍ତି, ତାହା କେତେଦୂର ଏଠାରେ ସଫଳ ହୋଇଛି !

Leave a Reply

Your email address will not be published. Required fields are marked *