ଚିଲିକା ମା ‘ କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା !!!

0
486

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ମା ‘ କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା ! ଏସିଆ ମହାଦେଶର ସର୍ବ ବୃହତ୍ତ ଲବଣ ହ୍ରଦ ଚିଲିକା । ଏହି ହ୍ରଦ ମଧ୍ୟରେ ଜଟିଆ ନାଶି , ଚଢ଼େଇ ଗୁହା ଓ କାଳିଜାଇ ପାହାଡ଼ ପରି ଅନେକ ପାହାଡ଼ ମାନ ରହିଛି । ତନ୍ମଧ୍ୟରୁ କାଳିଜାଇ ପାହାଡ଼ ଅନ୍ୟତମ । ଏହି ପାହାଡ଼ ଟି ବାଲୁଗାଁର ଚିଲିକା କୂଳ ଠାରୁ ପ୍ରାୟ ଷୋଳ କିଲୋମିଟର ଦୂର ରହିଥିବା ବେଳେ , ମା ‘ କାଳିଜାଇ ସେଠାରେ ବିରାଜମାନ ! ମନ୍ଦିର କୁ ଯିବା ପାଇଁ ହେଲେ ଜଳପଥ ଦେଇ ନୌକା ସାହାର୍ଯ୍ୟ ରେ ଯିବାକୁ ପଡ଼ିଥାଏ । ଚିଲିକା ର ସୌନ୍ଦର୍ଯ୍ୟ କୁ ବିଦେଶୀ ଅତିଥି ପକ୍ଷୀ ମାନଙ୍କର କୋଳାହଳ ବର୍ଦ୍ଧନ କରିଥାଏ । ସେହିପରି ଚିଲିକା ଗର୍ଭରେ ଥିବା ବିଭିନ୍ନ ପାହାଡ଼ ମାନଙ୍କ ମଧ୍ୟରେ କାଳିଜାଇ ପାହାଡ଼ ସେପରି ଶୋଭା ବର୍ଦ୍ଧନ କରିଥାଏ । ତେଣୁ ଏହାର ଶୋଭାକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କର ଭିଡ ଜମିଥାଏ । ସେଠାରେ ଯାତ୍ରୀ ମାନେ ମା, କାଳିଜାଇଙ୍କୁ ଦର୍ଶନ କରିବା ସହ ସେହି ପାହାଡ଼ ର ପରିବେଶ କୁ ମଧ୍ୟ ଉପଭୋଗ କରିଥାନ୍ତି । ତେବେ ସେଠାରେ ଥିବା ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବ ଙ୍କ ପୀଠରେ ଚଳିତ ଫେବୃଆରୀ ମାସ ୧୮ ତାରିଖ ଶନିବାର ଦିନ ପ୍ରଥମ ଥର ପାଇଁ ନୂତନ ଭାବେ ଜାଗର ଯାତ୍ରା ଅନୁଷ୍ଠିତ ହେବ । ପ୍ରଭୁ ଯୋଗେଶ୍ୱର ମହାଦେବଙ୍କ ପୀଠରେ ଶିବ ଓ ଶକ୍ତିଙ୍କୁ ପୂଜା ଅର୍ଚ୍ଚନା କରି ଆଶିର୍ବାଦ ପ୍ରାପ୍ତ ନିମନ୍ତେ କୃଷ୍ଣ ପ୍ରସାଦ ଗଡର ରାଜା ସନ୍ତୋଷ ଚନ୍ଦ୍ର ଦେଓ ସର୍ବସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here