କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା କଣାସ ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଆବାସ ଓ ଫନି ସହାୟତା ପ୍ରଦାନ ରେ ବ୍ୟାପକ ଅନିୟମିତତା ହୋଇଛି । ଯାହା ଦ୍ବାରା ଆଜି ପ୍ରୟାସ ପରିବାର ତରଫରୁ ଦୋକନ୍ଦା ମେଳନ ପଡ଼ିଆରୁ ଶହ ଶହ ମହିଳା ଓ ପୁରୁଷ ହିତାଧୀକାରୀ ମାନେ ଚାଲି ଚାଲି ଆସି କଣାସ ବ୍ଲକ୍ ସାମ୍ନାରେ ଗଣ ବିକ୍ଷୋଭ କରିଥିଲେ । ପ୍ରୟାସ ପରିବାର ମୁଖ୍ୟ କାମାକ୍ଷା ପ୍ରଧାନ ଓ କୃଷ୍ଣ ଜଗଦେବ ଙ୍କ ନେତୃତ୍ବରେ ବଡ଼ ଧରଣର ବିକ୍ଷୋଭ କରାଯାଇଥିଲା ।
ପ୍ରୟାସ ପରିବାର ତରଫରୁ ଗଣ ବିକ୍ଷୋଭ !!!

