ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଶିକ୍ଷାଵିତ ବିଚିତ୍ରା ନନ୍ଦ ବେବର୍ତ୍ତା, ଡକ୍ଟର ଅଶୋକ ମିଶ୍ର, ମୀର ସାଦତ୍ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ବାର୍ଷିକ ଉତ୍ସବ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ଟି କ୍ରୀଷ୍ଣ। ମୋହନ ରେଡ୍ଡୀ । ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ ଆରମ୍ଭ ହୋଇଥିଲା । ନିଜ ଅଭିଭାଷଣରେ ସ୍କୁଲର ଅଧ୍ୟକ୍ଷା ସ୍ୱାଗତିକା ମିଶ୍ର ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଓ ବର୍ତ୍ତମାନର ସମୟରେ ଶିକ୍ଷାର ପରିବର୍ତ୍ତିତ ରୂପ ଉପରେ ଆଲୋକପାତ କରିଥିଲେ । ଶିକ୍ଷାଵିତ ବିଚିତ୍ରାନନ୍ଦ ବେବର୍ତ୍ତା, ଏହି ଅଞ୍ଚଳରେ ଏପରି ଏକ ବିଦ୍ୟାଳୟର ପରିକଳ୍ପନା କରିଥିବା ପାଇଁ ପରିଚାଳନା ସମିତି କୁ ପ୍ରଶଂସା ଓ ସାଧୁବାଦ ଜଣାଇଥିଲେ । ଅନ୍ୟାନ୍ୟ ଅତିଥି ମାନେ ବିଦ୍ୟାଳୟର କାର୍ଯ୍ୟ ପ୍ରଣାଳୀକୁ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତଙ୍କର ଆକର୍ଷଣ ଟି.କ୍ରୀଷ୍ଣ। ମୋହନ ରେଡ୍ଡୀ ଓ ବିଦ୍ୟାଳୟର କୁନି ପିଲାମାନଙ୍କ ନୃତ୍ୟ ପ୍ରଦର୍ଶନରେ ବିମୋହିତ ହୋଇଥିଲେ । ଯଦି ଆଗାମୀ ଦିନରେ ସମ୍ଭବ ହୁଏ ତ ସେ ନିଜେ ପିଲା ମାନଙ୍କୁ ନୃତ୍ୟ ର ତାଲିମ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟ ଦ୍ବାରା ଅନୁଷ୍ଠିତ ହୋଇଥିବା ଟ୍ୟାଲେଣ୍ଟ ଫିଏଷ୍ଟାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁ ଶୁଭେନ୍ଦୁ ମୋହନ ସେନାପତି ଓ ଗୁରୁ ଗ୍ରେସ ସାମଲ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଲିନା କର, ରଞ୍ଜିତା ପଟ୍ଟନାୟକ, ରବି କୁମାର ପଟ୍ଟନାୟକ, ଡକ୍ଟର ଅନୀଲ କୁମାର ଆଚାର୍ଯ୍ୟ, ହରି ସାହୁକାର ପରିଚାଳନା କରିଥିଲେ । ରମାକାନ୍ତ ବରାଳ ଓ ଜଗନ ପାଣିଗ୍ରାହୀଙ୍କର ମଞ୍ଚ ପରିଚାଳନା ଓ ମଞ୍ଚର ସୁନ୍ଦରତା ଅତି ଉଚ୍ଚ କୋଟିର ଥିଲା ।

Leave a Reply

Your email address will not be published. Required fields are marked *