ଗଜପତି ଜିଲ୍ଲା ଭାରତ ସ୍କାଉଟସ୍ ଏବଂ ଗାଇଡସ୍ କେମ୍ପୋରି ଉଦଯାପନ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ତିନି ଦିନ ଧରି ଚାଲିଥିବା ଷଷ୍ଠ ଗଜପତି ଜିଲ୍ଲା ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ର କେମ୍ପୋରି ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦୋଷ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଗୌଡ଼ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗଜପତି ଜିଲ୍ଲା ସ୍କାଉଟ କମିଶନର ତଥା ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱନାଥ ଶବର, ନାରାୟଣପୁର ସରପଞ୍ଚ ଅନିତାରାଣୀ ପଟ୍ଟନାୟକ, ସମିତି ସଭ୍ୟା ଶିବରାମ ସୁନାଶଗଡ଼, ଏସଏମସି ସଭାପତି ପ୍ରଶାନ୍ତ କୁମାର ବିଷୋୟୀ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ଏସ ମଣିମାଳା, ଜିଲ୍ଲା ଗାଇଡ଼ସ୍ କମିଶନର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବାଳକୃଷ୍ଣ ପଟ୍ଟନାୟକ, ଚିତ୍ତ ରଞ୍ଜନ ମହାନ୍ତି , ମୀନ କେତନ ସାହୁ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ ସୁରେନ୍ଦ୍ର କୁମାର ପାତ୍ର, ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ଗଜପତି ଏବଂ ସଞ୍ଜୟ କୁମାର ପାତ୍ର, ଜିଲ୍ଲା ସଙ୍ଘଠନ ଭାରତ ସ୍କାଉଟ ଏବଂ ଗାଇଡ଼ ପରିଚାଳନା କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍କାଉଟସ୍ ଏବଂ ଗାଇଡ଼ସ୍ ତରଫରୁ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । skillo Ram, Alpara, Colour party, piant show,, camp fire, ଫାଷ୍ଟ ଏଇଡ଼, ଗ୍ରାମୀଣ ବଜାର, ଫୁଡ଼ ଭିଲା ଏହିପରି ବିଭିନ୍ନ ପ୍ରତିଯୋଗିତା ହୋଇଥିଲ । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଭାଗ ନେଇ Range & Rover leader ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଭବିଷ୍ୟତରେ ପିଲାଙ୍କ ମନରେ ଚରିତ୍ର ଗଠନ ଏବଂ ଉତ୍ତମ ନାଗରିକ ରୂପେ ନିଜକୁ ଗଢି ତୋଳିବା ସହ ସେବା ମନବୃତ୍ତି ନେଇ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇ ପାରିବେ ବୋଲି ଅତିଥି ମାନେ ଓ ଗ୍ରାମବାସୀ ମାନେ ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *