କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଡ୍ରାଇଭର ମହାସଂଘର ରଣହୁଙ୍କାର , ସରକାରଙ୍କୁ ଦେଲେ କଡା ଚେତାବନୀ ! ମାର୍ଚ୍ଚ ୧୫ ରୁ ସମଗ୍ର ରାଜ୍ୟରେ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନ ! ଡ୍ରାଇଭର ମହାସଂଘର କଳାପଥର ଏବଂ ଧଳାପଥର ପଞ୍ଚାୟତ ର ସଦସ୍ୟ ରାଜରାସ୍ତାରେ ରଣହୁଙ୍କାର ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରଙ୍କ ପାଖରେ ଯେଉଁ ଦାବି କରି ଆସୁଥିଲେ ସରକାର ତାହାକୁ ଉପେକ୍ଷା କରିଛନ୍ତି । ସେହି ପରିପ୍ରେକ୍ଷୀରେ ବାଙ୍କୀ ଓ ବୋଲଗଡ଼ ବ୍ଳକର ବହୁ ଡ୍ରାଇଭର ଆଜି ମା ବରଡାଳିଆ ଙ୍କ ପୀଠରୁ ଏକ ବାଇକ୍ ଶୋଭାଯାତ୍ରା ବାହାର କରି କଳାପଥର ଏବଂ ଧଳାପଥର ବଜାର ପରିକ୍ରମା କରି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବରୁ କରୋନା ସଂକ୍ରମଣ ସମୟରେ ଯେଉଁ ଭଳି ଅବସ୍ଥାରେ ଡ୍ରାଇଭର ଭାଇମାନେ କାଳାତିପାତ କରୁଥିଲେ ସେତେବେଳେ ସରକାର କୋୖଣସି ପଦକ୍ଷେପ ନେଇ ନଥିଲେ । ପରେ ସଙ୍ଘ ପକ୍ଷରୁ ଦଶ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାର କୋୖଣସି ପଦକ୍ଷେପ ନେଲେ ନାହିଁ । ବୃଦ୍ଧ ବୟସରେ ପେନସନ, କରୋନା ସଂକ୍ରମଣ ସମୟରେ ପରିବାର ପ୍ରତିପୋଷଣ ପାଇଁ କିଛି ଦିନର ଖାଦ୍ୟ ଯୋଗାଣ, ଇନ୍ସୁରାନସ ଭଳି ଦଶ ଦଫା ଦାବି କରି ଆସୁଥିଲେ ମଧ୍ୟ ସରକାର କୋୖଣସି କଥାକୁ ଶୁଣିନଥିଲେ । ସେଥିପାଇଁ ମାର୍ଚ୍ଚ ମାସ ୧୫ତାରିଖରୁ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନ କରିବା ପାଇଁ କଟକ ଜିଲ୍ଲା ସଭାପତି ରଞ୍ଜନ କୁମାର ଜେନା ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ ଷ୍ଟେରିଙ୍ଗ ଛାଡି ଘରେ ବସିବା ପାଇଁ ଆହ୍ୱାନ ଦେଇଥିଲେ । ସରକାରଙ୍କ ଏଭଳି ଘୃଣାଭାବ କ’ଣ ପାଇଁ ବୋଲି ବାଙ୍କୀ ସଭାପତି ସୋନୁ ରାଉତ ନିଜ ବକ୍ତବ୍ୟ ରଖିଥିଲେ , ଏବଂ କହିଥିଲେ ଏକତା ହିଁ ବଳ । ଏହି ପରିପ୍ରେକ୍ଷୀରେ ପାଖ ଅଞ୍ଚଳରୁ ନୂତନ ଭାବେ ଯୋଗ ଦେଇଥିବା ଡ୍ରାଇଭର ଭାଇମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆଠଗଡ଼ ବ୍ଳକର ଉପସଭାପତି ଶ୍ରୀମନ୍ତ ପ୍ରଧାନ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସଭାପତି ସନ୍ତୋଷ କୁମାର ଜେନା, କଟକ ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର କାଣ୍ଡି ଏବଂ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକର ସଭାପତି ସୁକାନ୍ତ କୁମାର ବେହେରା ଙ୍କ ସମେତ ବହୁ ଡ୍ରାଇଭର ଯୋଗ ଦେଇଥିଲେ ।
ଡ୍ରାଇଭର ମହାସଂଘର ରଣହୁଙ୍କାର : ମାର୍ଚ୍ଚ ୧୫ରୁ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନ !!!

