ଅସୁରେଶ୍ଵର ରେ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୦୬ ତମ ତିରୋଧାନ ଦିବସ ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଆଧୁନିକ ଓଡ଼ିଆ ଭାଷାର କର୍ଣ୍ଣଧାର ତଥା ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ର ପ୍ରତିଷ୍ଠାତା , ସାମ୍ବାଦିକତାର ଜନକ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୦୬ ତମ ତିରୋଧାନ ଦିବସ ତାଙ୍କ ଜନ୍ମ ମାଟି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତରେ ପାଳିତ ହୋଇଯାଇଛି । ଏହି ଅବସରରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜନ୍ମପୀଠ ଦିକ୍ଷୀତପଡା ଠାରେ ସେ ଗଢିଥିବା ଓଡ଼ିଶାର ପ୍ରଥମ ବାଳିକା ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ତାଙ୍କର ଦାୟାଦ ମଳୟ ଶଙ୍କର ରାୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ! ତାଙ୍କ ସହିତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଧାଶୁଂମାଳିନୀ ଓଝା ଙ୍କ ସମେତ ଗ୍ରାମର ମୁରବୀ ଓ ଛାତ୍ରଛାତ୍ରୀ ମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କର୍ମବୀରଙ୍କ ସ୍ମୃତି ଚରଣ ସହିତ , ମଳୟ ଶଙ୍କର ରାୟ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସେହିପରି ଅସୁରେଶ୍ଵର ଗ୍ରାମ ପଞ୍ଚାୟତ ଏବଂ ଲୁଣାନଦୀ ବନ୍ଧ ରେ ଥିବା କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନ ପରିସରରେ ଥିବା କର୍ମବୀର ଙ୍କ ପ୍ରତିମୂର୍ତ୍ତି ରେ ଅସୁରେଶ୍ଵର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୋତମୀ ଦାସ , କର୍ମବୀରଙ୍କ ଦାୟାଦ ମଳୟ ଶଙ୍କର ରାୟ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗିରୀଶ ରଞ୍ଜନ ମହାପାତ୍ର, ଯୁବ ନେତା ଅନନ୍ତ କୁମାର ଦାସ , ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, ପୂର୍ବତନ ସରପଂଚ ରାଜିବ ଲୋଚନ ବେହେରା, ପୂର୍ଣ୍ଣାନନ୍ଦ ବେହେରା, ଶରତ କୁମାର ନାୟକ , ସୁଧାଂଶୁ ଶେଖର ଦାସ , ଶରତ କୁମାର ନାୟକ ପ୍ରମୁଖ କର୍ମବୀର ଙ୍କ ପ୍ରତିମୂର୍ତ୍ତି ରେ ଧୁପଦୀପ ଦେବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *