ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପରିସରରେ ଜେଆରଜି ଏଜୁକେସନ ଟ୍ରଷ୍ଟର ରାଧାକୃଷ୍ଣ ବୈଷୟିକ ମହାବିଦ୍ୟାଳୟ , ଜେଆରଜି କଲେଜ ଅଫ ଫାର୍ମାସି, କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଦକ୍ଷତା ବିକାଶ ସଂସ୍ଥାର ଦୁଇ ଦିନ ଧରି ଚାଲିଥିବା ଚର୍ତୁଦଶ ସାଂସ୍କୃତିକ ଉତ୍କର୍ଷ ଉତ୍ସଵ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ କ୍ୟାପଟେନ ନବୀନ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ପୁତ୍ର ତଥା ଚେୟାରମ୍ୟାନ ବିନିତ ମୋହନ ଗୁପ୍ତା, ଉପ ସଭାପତି ରଶ୍ମି ଗୁପ୍ତା, ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ବି.ରବୀନ୍ଦ୍ରନ ମୁଖ୍ୟ ଅତିଥି, ଉତ୍କଳ ବିଶ୍ୱ ବିଦ୍ୟାଳୟ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ଅନୁସୂୟା ନାଥ ମୁଖ୍ୟବକ୍ତା, ଜାଭିୟର ଶିକ୍ଷାନୁଷ୍ଠାନର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ଲଥା ରବିନ୍ଦ୍ରନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଷୟିକ ଶିକ୍ଷା ଦାନ ବ୍ୟତୀତ ବାହ୍ୟକ ଜ୍ଞାନ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ହୋଇ ପାରିବ ବୋଲି ମତ ଦେଇଥିଲେ । ସଭାରେ କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ରେବେକା ଭଟାଚାର୍ଯ୍ୟ, ରାଧାକ୍ରିଷ୍ଣ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଅବଦୁଲ କାଲାମ, ଫାର୍ମାସି କଲେଜର ଅଧ୍ୟକ୍ଷ ଆଶିଷ ଦେବ ଓ ଅନୁଷ୍ଠାନ ର ସମସ୍ତ ସଭ୍ୟ / ସଭ୍ୟା ମାନେ ଉପସ୍ଥିତ ରହିଥିଲେ ! କାର୍ଯ୍ୟକ୍ରମକୁ ଡ଼ଃ ମାନସ ଚନ୍ଦନ ମିଶ୍ର ଓ ପ୍ରିୟ ଦର୍ଶିନୀ ସଂଯୋଜନା କରିଥିବା ବେଳେ ଡ଼ଃ ମଲ୍ଲ ଓ ଡ଼ଃ କବାଟ ସହଯୋଗ କରିଥିଲେ । ପରେ ଅଧ୍ୟାପକ ନୀଳକଣ୍ଠ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫ୍ୟାସନ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିନ ଉଦଯାପନି ଉତ୍ସଵରେ ଚେୟାରମ୍ୟାନ ବିନିତ ମୋହନ ଗୁପ୍ତା ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରେ ଆଲବମ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।
ଜେଆରଜି ଏଜୁକେସନ ଟ୍ରଷ୍ଟର ଚର୍ତୁଦଶ ସାଂସ୍କୃତିକ ଉତ୍କର୍ଷ ଉତ୍ସଵ !!!

