ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ରାମ ସାଗର ନିକଟରେ ବାୟୋଫ୍ଲକ ପଦ୍ଧତିରେ କରାଯାଇଥିବା ମାଛ ଚାଷର ପରିଦର୍ଶନ କରି ରିବନ କାଟି ଏହାକୁ ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ , ଭାରପ୍ରାପ୍ତ ମତ୍ସ୍ୟ ଅଧିକାରିଣୀ ଲିସା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବାୟୋଫ୍ଲେକ ମାଛ ଚାଷ ଦ୍ଵାରା କମ ଜାଗାରେ ମାଛ ଚାଷ କରିପାରିବେ ଓ ଲାଭବାନ ହୋଇପାରିବେ ଚାଷୀ । ଓଡ଼ିଶା ସରକାରଙ୍କର ଏହିଭଳି ଯୋଜନାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ମଧ୍ୟ ପ୍ରକଳ୍ପ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ।
ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ ର ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା !!!

