ରାମେଶ୍ୱର ମନ୍ଦିର ବେଢାରେ ଚିଲିକା ବ୍ଲକ ଅଠର ବାଟିଆ ପଞ୍ଚାୟତ ବିଜେପି କର୍ମୀଙ୍କ ବୈଠକ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ଅଠର ବାଟିଆ ପଞ୍ଚାୟତ ବିଜେପି କର୍ମୀଙ୍କ ଏକ ସାଧାରଣ ବୈଠକ ବାବା ରାମେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ପରିଡା, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପସଭାପତି ସୁମନ୍ତ ପଟ୍ଟନାୟକ, ଦୁଶାସନ ଜେନା, ରତ୍ନାକର ବେହେରା , ଶରତ ଜାଲି, ଲକ୍ଷ୍ମଣ ସାହୁ, ମହିଳା ମୋର୍ଚ୍ଚା ସଂଗଠନ ର ସଦସ୍ୟ ଓ କର୍ମୀ ଉପସ୍ଥିତ ରହିଥିଲେ l ଅଠର ବାଟିଆ ପଞ୍ଚାୟତର ବିଜେପି ସଭାପତି ଓ ଉପ ସଭାପତି ଚୟନ କରାଯିବା ସହ କେନ୍ଦ୍ର ସରକାର ଙ୍କ ଯୋଜନାରେ ବାଟ ମାରଣ ହେଉଥିବା ବିଷୟରେ ବୁଝାଇଥିଲେ ! ଦଳ ତୃଣ ମୂଳ ସ୍ତରରୁ କିଭଳି ଭାବେ ମଜବୁତ ରହିବ ସେହି ବିଷୟରେ ଆଲୋକପାତ କରିବା ସହିତ ଆଗକୁ ଆସୁଥିବl ଇଲେକ୍ସନ ର ବିଗୁଲ ବଜାଇ ଥିଲେ ! ଲୋକଙ୍କୁ ଏକାଠି ରହି ଦଳ କୁ ଆଗକୁ ବଢିବା ପାଇଁ ବୁଝାଇବା ସହିତ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା ମଧ୍ୟ କରିଥିଲେ ଦଳୀୟ ନେତା l

Leave a Reply

Your email address will not be published. Required fields are marked *