କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଅଭୟ ମୁଖୀ ପଞ୍ଚାୟତ ର ଆରାଧ୍ୟା ଠାକୁର ବାବା କୁମାରେଶ୍ଵର ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ୧୨୬ ଜଣ ଶ୍ରଦ୍ଧାଳୁ ଭଣ୍ଡାସାଗରରୁ କଳସ ଯାତ୍ରା , ନାମ ସଂକୀର୍ତ୍ତନ , ଘୋଡ଼ା ନାଚ, ଘଣ୍ଟ ବାଦନ କରି କଳସ ଆଣିଥିଲେ । କୁମାରେଶ୍ଵର ଦେବ କମିଟି ର ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସି ଙ୍କ ମିଳିତ ସହଯୋଗ ରେ ଯଜ୍ଞ ଶୁଭାରମ୍ବ ହୋଇଥିଲା । ସଭାପତି ମାୟାଧର ସେନାପତି, ଗୋପିନାଥ ସେନାପତି, ସମ୍ପାଦକ ନିରଞ୍ଜନ ନାୟକ, ସହ ସମ୍ପାଦକ ଭାଗ୍ୟଲକ୍ଷୀ ବେହେରା, ସରପଞ୍ଚ ପ୍ରମିଳା ସେନାପତି ପ୍ରମୂଖ ଉପସ୍ଥିତ ଥିଲେ ।
ବାବା କୁମାରେଶ୍ଵର ଙ୍କ ବିଶ୍ଵଶାନ୍ତି ମହାଯଜ୍ଞ !!!

