ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବର୍ଷା ସମ୍ଭାବନା । କୁଆପଥର ସହିତ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ! ନୟାଗଡ , ଜଗତସିଂହପୁର , ସୁନ୍ଦରଗଡ , ମୟୁରଭଞ୍ଜ , କେନ୍ଦୁଝର , ଅନୁଗୁଳ , ବାଲେଶ୍ବର , ବୌଦ୍ଧ , ଭଦ୍ରକ , ଖୋର୍ଦ୍ଧା , ଢେଙ୍କାନାଳ ଏବଂ କଟକ ଭଳି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । କେଉଁଝର , ମୟୁରଭଞ୍ଜ , ଯାଜପୁର , ଢେଙ୍କାନାଳ , ବାଲେଶ୍ବର , କଟକ ରେ ହେଭି ରେନ ଫଲ ର ଆକଳନ କରିଛି ବିଭାଗ ।

