ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଫିତା କାଟି ଲୋକାର୍ପଣ କରିଥିଲେ ମନ୍ତ୍ରୀ ! ହେଲେ ଦଶ ଦିନ ଭିତରେ ମାଟି କାମୁଡ଼ିଲା ନିର୍ମାଣ କାର୍ଯ୍ୟ ! ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବା ପରେ , ଏବେ ତଥ୍ୟ ଲୁଚାଇବା ପାଇଁ ଚାଲିଛି ପ୍ରୟାସ ! ବାଙ୍କୀ ମହାବିଦ୍ୟାଳୟ ପଡିଆରେ ନବ ନିର୍ମିତ ଷ୍ଟାଡିଅମ ଗ୍ୟାଲେରୀ କୁ ଗତ ୨୩ ତାରିଖ ଦିନ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କ୍ରୀଡାବିତଙ୍କ ଉଦେଶ୍ୟରେ ଲୋକାର୍ପଣ କରିଥିଲେ ! କିନ୍ତୁ ଲୋକାର୍ପଣ ଉତ୍ସବ କୁ ମାତ୍ର ଦଶ ଦିନ ନବିତୁଣୁ ଭୁଶୁଡି ପଡିଲା ଗ୍ୟାଲେରୀ ! କାମ କେତେ ନିମ୍ନ ମାନର ହୋଇଛି ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି ! ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ଜୋର ଧରିଲାଣି ! ବାଙ୍କୀ କଲେଜ ର ଖେଳ ପଡିଆ ଠାରେ ତରବରିଆ ଭାବେ ନିର୍ମାଣ ହୋଇଥିବା ଗ୍ୟାଲେରୀ କୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ବେଳେ ଏଵେ ସାମାନ୍ୟ ବର୍ଷା ରେ ସମ୍ପୂର୍ଣ ଭୁଶୁଡି ପଡିଛି ! ଯାହାକୁ ନେଇ ଏଵେ କ୍ରୀଡା ପ୍ରେମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ! ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସାଙ୍ଗକୁ ସମ୍ପୃକ୍ତ ଠିକା ସଂସ୍ଥା ର ଲାଇସେନ୍ସ ବାତିଲ ପାଇଁ ଦାବି ଜୋର ଧରିବାରେ ଲାଗିଛି ! ଏଠି କ୍ରୀଡାବିତ ଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ ଓ ଠିକାଦାର । ସବୁଠାରୁ ବଡ଼ କଥା ହେଉଛି ତଥ୍ୟ ଲୁଚାଇବା ପାଇଁ , ସକାଳ ପ୍ରାୟ ୭ ଘଟିକା ସମୟରେ ଗ୍ଯାଲେରିକୁ ଜେସିବି ମେସିନ ଲଗାଇ ସଫା କରିବା ସହ ପ୍ରାଇମର ସହ ସବୁଜ ରଙ୍ଗ ଲାଗୁଥିବାର ଦୃଶ୍ୟ ଏବେ ସର୍ବ ସମୁଖକୁ ଆସିଛି । ନିର୍ମାଣ କାମ ଏବଂ ଗ୍ୟାଲେରୀ ଭାଙ୍ଗିବା ନେଇ କଣ ସ୍ପଷ୍ଟୀକରଣ ଆସୁଛି ତାକୁ ସମସ୍ତଙ୍କ ଅପେକ୍ଷା !
ବାଙ୍କୀ କଲେଜ ଗ୍ୟାଲେରୀ ଭୁଷୁଡ଼ିବା ଘଟଣା : ତଥ୍ୟ ଲୁଚାଇବାକୁ ପ୍ରୟାସ !!!

