ନୂତନ ନିୟମିତ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅଟ୍ରି ହଟକେଶ୍ଵର ମନ୍ଦିର ପରିସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଜିଲ୍ଲା ପରିଷଦ ଶିକ୍ଷକ ସଂଘ )ର ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଖିଳେଶ ମହାପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସଭାପତି ଅଗାଧୁ ସେଠି, ରାଜ୍ୟ କୋଷାଧ୍ୟକ୍ଷ ଗୋପାଳ ସେନ ଓ ଟାଙ୍ଗୀ ବ୍ଲକ କାର୍ଯ୍ୟକାରୀ ସମରେଶ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ସରୋଜ ବେହେରା, ମାନସ ବେହେରା , ନାରାୟଣ ମାନସିଂହ, ସନ୍ତୋଷ କୁମାର ମହାପାତ୍ର, ଯୁଧିଷ୍ଠିର ହୋତା ଓ ଶିକ୍ଷୟିତ୍ରୀ ସଶ୍ମିତା ସେନାପତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *