ବଢୁଛି ଗ୍ରୀଷ୍ମ ପ୍ରବାହ, ବଢୁଛି ତାତି : ରାଜ୍ୟରେ ସକାଳୁଆ ସ୍କୁଲ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବଢୁଛି ଗ୍ରୀଷ୍ମ ପ୍ରବାହ, ବଢୁଛି ତାତି ! ରାଜ୍ୟରେ ସକାଳୁଆ ହେଲା ସ୍କୁଲ । ସକାଳ ୭ ଟାରୁ ୧୧ ଟା ୩୦ ଯାଏଁ ହେବ ପାଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଗଣଶିକ୍ଷା ବିଭାଗ ଏହି ନଷ୍ପତ୍ତି ନେଇଛି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ଆରମ୍ଭ ହେଲା ସକାଳୁଆ ସ୍କୁଲ । ଓଡ଼ିଶା ପୋଲିସ ହାଇସ୍କୁଲ ତରଫରୁ ସ୍କୁଲ୍ ପରିସରରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ସହିତ ‘ ପ୍ରବେଶ ଦିବସ ପାଳନ କରାଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ଖରାରେ ବାହାରକୁ ବାହାରିଲା ବେଳେ ଟୋପି ପିନ୍ଧି, ପାଣି ବୋତଲ ନେଇ ଯିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

 

Leave a Reply

Your email address will not be published. Required fields are marked *