କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ୧୯୮୨ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁମିଳନ ପର୍ଵ ବ୍ରହ୍ମପୁର ଆଧ୍ୟାତ୍ମିକ ଭଗବତୀ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ସମସ୍ତ ସହପାଠୀ ମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେ ପକାଇବା ସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ । ଏହି ବନ୍ଧୁମିଳନ ପର୍ଵରେ ଗଣେଶ୍ୱର ଦାଶ, ପ୍ରସନ୍ନ ଦଳାଇ, ସୁଧାଂଶୁ ମିଶ୍ର, ନରେନ୍ଦ୍ର ଦାଶ, ଶ୍ରୀତନୁ ମହାନ୍ତି, ଭବାନୀ ସାହୁ, ନିନା ଦାଶ,ପ୍ରତିଭା ପଟ୍ଟନାୟକ, ପ୍ରଭୁଦେଵ ମହାନ୍ତି, ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।