ମଣ୍ଡିରୁ ଉଠିଲାନି ଧାନ : ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ଆଗରେ ଧାରଣା ରେ ବସିଲେ ଚାଷୀ।

Spread the love

ବୋଲଗଡ଼ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର(ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖ ରେ ଧାରଣା ଦେଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ୧୪୦୦୦ କ୍ବିଣ୍ଟାଲ୍ ର ଧାନ ମଣ୍ଡି ରୁ କ୍ରୟ କରିବାକୁ ଧାର୍ଯ୍ୟ ରଖିଛନ୍ତି। ନିୟମ ଅନୁଯାୟୀ ମଣ୍ଡି ରୁ ସପ୍ତାହ ରେ ୨ଥର ଧାନ ଉଠାଇବା କଥା, କିନ୍ତୁ ସପ୍ତାହ କୁ ୧ହଜାର କୁଇଣ୍ଟାଲ ଧାନ ଉଠାଇଛନ୍ତି। ଗତ ଡିସେମ୍ବର ମାସ ୨୯ ତାରିଖ ରୁ ଆାଜି ପଯ୍ୟନ୍ତ ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ର ମଣ୍ଡୀ ରୁ ମୋଟ ରେ ୫୨୦୦ କ୍ବିଣ୍ଟାଲ୍ ଧାନ ଉଠା ଯାଇଛି। ଯାହା ମୋଟ ରେ ଶତକଡା ୩୫% ଭାଗ ଧାନ ଉଠା ଯାଇଛି। ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ବାଧ୍ୟ ହୋଇ ଚାଷୀମାନେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *