ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଇଦ୍ ପର୍ବ ପାଳନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମୁସଲମାନ ସମ୍ପ୍ରଦାୟର ଉଭୟ ପୁରୁଷ ମହିଳା ମାନେ ଦୀର୍ଘ ଏକମାସ ଧରି ଉପବାସ ରହି ଓଷା ରଖି ଆସୁଥିଲେ । ତିରିଶି ଦିନ ଓଷା ର ସମାପ୍ତ ହେବାପରେ ଆଜି ସାରା ଭାରତରେ ଇଦ୍ ପର୍ବ ପାଳନ ହେଉଅଛି । ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ଜୁଳିକିପଡା ଠାରେ ଥିବା ଇଦଗା ପଡ଼ିଆ ରେ ଚଉଦ ମହଲାର ହଜାର ହଜାର ମୁସଲମାନ ଭାଇ ପହଞ୍ଚି ମହମ୍ମଦ ବିଲାଲ୍ କାଶ୍ମୀ ସମସ୍ତ ଙ୍କୁ ସମୁହ ନମାଜ ପାଠ କରିବା ସହିତ ଆଲ୍ଲାଙ୍କ ନିକଟରେ ବିଶ୍ଵର କଲ୍ୟାଣ ନିମନ୍ତେ ଦୁହା ମାଗିଥିଲେ । ମୁସଲମାନ ଭାଇ ପରସ୍ପର କୁ ଆଲିଙ୍ଗନ କରି ଇଦ୍ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *