ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଗତକାଲି ସନ୍ଧ୍ୟା ସମୟରେ ଖୋର୍ଦ୍ଧା ସହର ନିକଟସ୍ଥ ସରଧାପୁର ଢ଼ାବା ନିକଟରେ ଖୋର୍ଦ୍ଧା ଆଡୁ ଆସୁଥିବା ଦୁଇ ବାଇକ ଆରୋହୀଙ୍କୁ ଖୋର୍ଦ୍ଧାକୁ ଯାଉଥିବା ଏକ ଆଇଚର ଗାଡି ଧକ୍କା ଦେଇଥିଲା l ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ, ଅନ୍ୟଜଣକୁ ଭୁବନେଶ୍ୱର AIIMS କୁ ସ୍ଥାନାନ୍ତର କରିଥିଲେ I ସୂଚନା ମୁତାବକ ମୃତକ ଜଣକ ଗୁଡୁମ ଗ୍ରାମର ଚନ୍ଦନ ନାୟକ ହୋଇଥିବା ବେଳେ ଚିକିତ୍ସିତ ହେଉଥିବା ଜଣକ ହେଉଛନ୍ତି ସୁରେଶ ନାୟକ I ଚନ୍ଦନ ଜଣେ ଜନସେବା କେନ୍ଦ୍ରର VLE ହୋଇଥିବାରୁ ଅନେକ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ l ତାଙ୍କର ମୃତ୍ୟୁ ଖବର ପାଇ ଶତାଧିକ ଲୋକ ଡାକ୍ତରଖାନାରେ ଏକତ୍ରିତ ହୋଇଥିଲେ l ତାଙ୍କର ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
ବେପରୁଆ ଗାଡି ଚାଳନା ନେଇଗଲା ଜୀବନ !!!

