ସାରୁଅ ଶିଳ୍ପାଞ୍ଚଳରେ ଶ୍ରମିକଙ୍କ ଧାରଣା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଆମକୁ ଆମ ହକ୍ ଦିଅ । ଆମକୁ ଆମ ପାରିଶ୍ରମିକ ଦିଅ । ଶ୍ରମ ଅନୁସାରେ ଆମ ପାଉଣା ବି ଦିଅ । ଏମିତି କିଛି ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳସ୍ଥିତ ଲିଙ୍ଗରାଜ ପାଇପ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ! ନିଜର ଦାବୀ ହାସଲ ପାଇଁ ସମସ୍ତେ ଏକତ୍ରିତ ହୋଇ ଦେଇଛନ୍ତି ଧାରଣା ! ସୋମବାର ଦିନ ଶ୍ରମିକ ଦିବସରେ କାର୍ଯ୍ୟ କରୁଥିବା ଆଲୋକ ଚୌହାନ ନାମକ ଏକ ଶ୍ରମିକର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ କମ୍ପାନୀରେ ହୋହାଲ୍ଲା ହୋଇଥିବା ବେଳେ ମଙ୍ଗଳବାର ଦିନ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏଠାରେ କାର୍ଯ୍ୟରତ ଶ୍ରମିକଙ୍କ କହିବା ଅନୁଯାୟୀ ଦରମା EPF , ESI ଭଳି ସୁବିଧା ସୁଯୋଗରୁ ସେମାନଙ୍କୁ ବଞ୍ଚିତ କରାଯାଉଛି । ଯାହାକୁ ନେଇ ଆଜି ଶ୍ରମିକ ମାନେ ନିଜର ହକ୍ ଓ ସଠିକ୍ ପାଉଣା ପାଇଁ ଧାରଣା ଦେଇଥିବା ବେଳେ ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଘଟଣାସ୍ଥଳରେ ବାଘମାରି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *