ବାଣପୁର ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସତ୍ୟ ଯୁଗରେ ସେ ଦକ୍ଷ କନ୍ୟା ସତୀ । ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି । ନିଜ ପତି ଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତି ସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇ ପାରନ୍ତି I ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୁଅନ୍ତି । ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ମା’ ଆରାଧ୍ୟା ଦେବୀ , I ସେ ସତୀ , ସେ ପାର୍ବତୀ , ସେ ସାବିତ୍ରୀ ବୋଲି ବିଶ୍ୱାସ ଅଛି। କିନ୍ତୁ କଳି ଯୁଗରେ ମା’ ମାନବୀୟ ଲୀଳା ର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ । କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି ନୀତିକାନ୍ତି ଓଡିଶାର ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟୁଷରୁ ଅଙ୍ଗରାଗ ମାଜଣା, ଅଂଳା ହଳଦୀ ଅଗୁରୁ ଚନ୍ଦନ କର୍ପୁର ମିଶ୍ରିତ ସୁବାଷିତ ଜଳରେ ମହାସ୍ନାନ, ବେଶ, ମହାପ୍ରସାଦ ସେବନ ,ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ।ପିତ୍ରାଳୟଦକ୍ଷପ୍ରଜାପତିଙ୍କ ମନ୍ଦିରରୁ ‘ଦଣ୍ଡସେଣା ନେଇଥିଲେ ସାବିତ୍ରୀ ଭାର । ନୂଆ ଶାଢୀ,ଚୂଡ଼ି, ଅଳତା, ସିନ୍ଦୁର କଜ୍ବଳ, ପାନିଆ,ଦର୍ପଣ, ସହ ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ ଖଜୁରଇତ୍ୟାଦି ଫଳ ମୂଳ । ପାଳି ଆ ମାଳି ମଧ୍ୟାହ୍ନରେ ପୁଣି ମା’ଙ୍କୁ ନୂଆ ଶାଢିରେ ବେଶ କରାଇସିନ୍ଧୁର କଜ୍ଵଳ ଓ ଚୁଡ଼ି ଆଦି ସମର୍ପଣ କରି ସୁନ୍ଦର ଭାବରେ ବେଶ ବଢାଇଥିଲେ।ପରିଚ୍ଛା ସାଆନ୍ତେ ବ୍ରତ ବିଧି ବଢାଇ ଆଳତୀ ବନ୍ଦାପନା ପରେଶଙ୍କୁଡ଼ି ଧୂପ ଲାଗି ହୋଇଥିଲା । ଘଣ୍ଟଘଣ୍ଟା କାହାଳୀ ବାଦ୍ୟହୁଳହୁଳି ଧୂନୀରେ ମନ୍ଦିର ବେଢା ଉଛୁଳି ପଡୁଥିଲା। ପରେ ସର୍ଵସାଧାରଣ ଦର୍ଶନ ପାଇଁ ସାହାଣମେଲା ହୋଇଥିଲା । ଓଡ଼ିଶାର ଏହି ପ୍ରସିଦ୍ଧ ସାବିତ୍ରୀ ବ୍ରତ କେବଳ ଓଡ଼ିଆଣି ମା’ ଭଉଣୀମାନେ ପାଳନ କରୁଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ଭଗବତୀ ମଧ୍ୟ ଏହି ବ୍ରତ ଓଷା ପାଳୁଥିବାର ପରମ୍ପରା ପ୍ରାଚୀନ କାଳରୁ ଚଳି ଆସୁଛି। ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *