କଟକ ସଦର ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ସମେତ କଟକ ଜିଲ୍ଲାର ଅନେକ ଅଞ୍ଚଳରେ କାଳ ବୈଶାଖୀ ସୃଷ୍ଟି ହୋଇଥିବା ବେଳେ ଘଣ୍ଟା ପ୍ରତି ପ୍ରାୟ ୮୦ କିମି ରୁ ଅଧିକ ବେଗରେ ପବନ ବହିବା ସହିତ ବର୍ଷା ଘଡଘଡି ରେ ହଜାର ହଜାର ବୃକ୍ଷ ଭାଙ୍ଗି ଟଳି ପଡ଼ିଛି । ୪୨ ମୌଜାର କାଠଯୋଡି ନଦୀ କୂଳରେ ପ୍ରକୃତି ବନ୍ଧୁ ନବକିଶୋର ଙ୍କ ଦ୍ଵାରା ସୃଷ୍ଟି ମା ଭଗବତୀ ବନ ଓ ବଂଶୀଧର ସ୍ମୃତି ଉଦ୍ୟାନ ପ୍ରଭୃତିରେ ଶହ ଶହ ବୃକ୍ଷ ଭାଙ୍ଗି ପଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ଛୋଟ ଛୋଟ ଜଙ୍ଗଲ ଗୁଡିକରେ ପ୍ରାୟ ୨୦ ରୁ ୩୦ ବର୍ଷ ପୁରୁଣା ବହୁ ଔଷଧୀୟ ବୃକ୍ଷ ମଧ୍ୟରେ ଅର୍ଜୁନ, ଅଶୋକ, ବେଲ , ତେଜପତ୍ର ଓ ଆମ୍ବ ସହିତ ଅନେକ ପୁଷ୍ପ ଓ ଫଳ ଜାତୀୟ ବୃକ୍ଷ ଭାଙ୍ଗି ରୁଜି ପରିବେଶ ଛାରଖାର ହୋଇଥିବାରୁ ପରିବେଶ ପ୍ରେମୀ ନବକିଶୋର ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା ସହିତ, ସେଗୁଡ଼ିକର ରକ୍ଷଣା ବେକ୍ଷଣ ଠିକ୍ ଭାବରେ କରି ଅନେକ ଘଞ୍ଚ ବନାନୀ ସୃଷ୍ଟି କରି ଚାଲିଛନ୍ତି ! ଚିରାଚରିତ ବାତ୍ୟା ଓ ଝଡ ତୋଫାନ ରେ ପ୍ରତି ବର୍ଷ ହଜାର ହଜାର ବୃକ୍ଷ ଭାଙ୍ଗି ଟଳି ପଡ଼ିବା ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *