ବାଲୁଗାଁରେ କିନ୍ନର ମାନଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସେଦିନର କଳା ରାତି , ଯାହା ବିଶ୍ୱକୁ ଦୋହଲେଇ ଦେଇଛି ! ନିମିଷକ ମଧ୍ୟରେ ଉଜୁଡି ଗଲା ଶହ ଶହ ପରିବାର l କୁନି କୁନି ପିଲାଙ୍କ ମୁହଁରୁ ଛଡେଇନେଲା ଖେଳ କୁଦ ଓ ହସ ଖୁସି, କିଛି ଜାଣିବା ପୂର୍ବରୁ ଲିଭିଗଲା ଶହଶହ ଜୀବନ ଦୀପ l ସ୍ତବ୍ଧ କରିଦେଲା ସାରା ଦୁନିଆକୁ, କୁଢ଼ କୁଢ଼ ଶବ ଦେଖି ସାରା ଦୁନିଆଁ ଆଖିରେ ଝରିଥିଲା ଲୁହ ! ଆଉ ସେଇ ଲୁ୍ହ ଭରା କାହାଣୀ ଘଟିଯାଇଛି ଏଇ ଚାରି ଦିନ ତଳେ । ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଥିଲେ ବହୁ ଯାତ୍ରୀ ! ସେଦିନର ସେଇ ଛାତି ଥରା ଘଟଣା କୁ ମନେ ପକାଇ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ରହୁଥିବା କିନ୍ନର ସମାଜ ସନ୍ଧ୍ୟା ରେ ପାଳନ କରୁଛନ୍ତି କ୍ୟାଣ୍ଡେଲ ଶୋଭାଯାତ୍ରା l ନୀରବ ପାର୍ଥନା ସହିତ ବାଲୁଗାଁ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଆରମ୍ଭ କରିଲେ କ୍ୟାଣ୍ଡେଲ ଶୋଭାଯାତ୍ରା l ଏହି ଶୋଭାଯାତ୍ରା ବାଲୁଗାଁ ଗାନ୍ଧୀ ଛକଠାରୁ ବାହାରି ବାଲୁଗାଁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପରେ ପରେ ଉମାମହେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ! ଆହତ ବ୍ୟକ୍ତି ମାନଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି ବାଲୁଗାଁ କିନ୍ନର ସମାଜ l ଏହିକାର୍ଯ୍ୟକ୍ରମ କୁ ଦେଖି ଅନେକ ଯୁବକ ଯୁବତୀ ଆଗେଇ ଆସିଛନ୍ତି ! ଆସନ୍ତୁ ରକ୍ତଦାନ କରିବା ଓ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବା !

Leave a Reply

Your email address will not be published. Required fields are marked *