ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ରାମଠେଙ୍ଗା ରେଲୱେ ଧାରଣା ନିକଟରେ ଥିବା ଜଙ୍ଗଲରୁ ଅଜଣା ଯୁବତୀର ମୃତଦେହ ଉଦ୍ଧାର ।ସୂଚନା ମୁତାବକ ଆଜି ସ୍ଥାନୀୟ ଲୋକ ରାମଠେଙ୍ଗା ରେଲୱେ ଧାରଣା ନିକଟରେ ଥିବା ଜଙ୍ଗଲରେ ଅଜଣା ଯୁବତୀର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିଥିଲେ । କଳିଙ୍ଗନଗର ପୋଲିସକୁ ସୂଚନା ଦେବା ପରେ କଳିଙ୍ଗନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ସହ କଳିଙ୍ଗନଗର ଅତିରିକ୍ତ ଏସପି ସେଠାରେ ପହଞ୍ଚିଥିଲେ । ଯୁବତୀର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ଏପଟେ ଯୁବତୀକୁ ହତ୍ୟା ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଥିବା ଦେଖିବାକୁ ମିଳିଛି ।
ରାମଠେଙ୍ଗା ରେଲୱେ ଧାରଣା ପାଖ ଜଙ୍ଗଲରୁ ଅଜଣା ଯୁବତୀର ମୃତଦେହ ଉଦ୍ଧାର !!!

