ବୋର୍ଡ ପରୀକ୍ଷା ପ୍ରାକ ପ୍ରସ୍ତୁତି ଯୋଜନା ପାଇଁ କର୍ମଶାଳା ଆୟୋଜିତ : ସାମିଲ ହେଲେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ !!

0
203

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ର ଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସଂପ୍ରତି ଦଶମ ଛାତ୍ର ଛାତ୍ରୀଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦେବା ସହ ପରୀକ୍ଷା ପ୍ରସ୍ତୁତିର ପ୍ରାକ ଯୋଜନା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । 2021 ବାର୍ଷିକ ପରୀକ୍ଷାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ସହ ଗଜପତିରେ ପରୀକ୍ଷା ଫଳ ଯଥେଷ୍ଟ ଉଚ୍ଚ କୋଟିର ହେବା ପାଇଁ ବିଭିନ୍ନ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ କରାଗଲା . ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ଵିକ କୁମାର ପଟ୍ଟନାୟକ, ତ୍ରିନାଥ ବରାଡ଼, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନବ କିଶୋର ପଟ୍ଟନାୟକ, କ୍ରିଷ୍ଣ। ରାଓ, ଆଞ୍ଚଳିକ ସମ୍ବଳ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗା ଯାଇଥିବା ପରୀକ୍ଷା ଦର୍ପଣର ଲକ୍ଷ୍ୟ ଉଦେଶ୍ୟ ଉପଯୋଗୀତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଚିତ୍ରା ନନ୍ଦ ବେବର୍ତ୍ତା, ରାମ ଶଙ୍କର ଗନ୍ତାୟତ, କବିତା ରାଉତ, ରଶ୍ମିତା ନଳ, ୱାଇ ଶିବ କୁମାର ପ୍ରଭୃତି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here