ଚୋର ଙ୍କୁ କାବୁ କଲେ : ବହେ ଛେଚିଲେ : ପୁଲିସ ଜିମା ଦେଲେ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସଦର ଥାନା ଅଧିନସ୍ଥ ଭାଗବତପୁର ପଞ୍ଚାୟତ ଚଣ୍ଡିବଜାରରେ ଏକ ତେଜରାତି ଦୋକାନ କବାଟ ତାଡି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଚାରି ଜଣ ଚୋରଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ ! ସୂଚନା ମୁତାବକ ଗତକାଲି ରାତି ପ୍ରାୟ ଚାରିଟା ସମୟରେ ଜଗତପୁର ଅଞ୍ଚଳ ରୁ ଚାରିଜଣ ଯୁବକ ଏକ ଟାଟା ମ୍ୟାଜିକ ଯୋଗେ ଆସି ଚଣ୍ଡି ବଜାରର ରାମଚଣ୍ଡି ଏଣ୍ଟରପ୍ରାଇଜରସ ନାମକ ଏକ ତେଜରାତି ଦୋକାନ ର କବାଟ ତାଡି ଚୋରି କରିବାକୁ ଉଦ୍ୟମ କରିଥିଲେ ! କିନ୍ତୁ ଚୋର କବାଟ ତାଡୁଥିବା ସମୟରେ କିଛି ସ୍ଥାନୀୟ ଯୁବକ ଦେଖିବା ପରେ ସଙ୍ଗେ ସଙ୍ଗେ ଚୋର ମାନଙ୍କୁ କାବୁ କରି ସ୍ଥାନୀୟ ବଜାର କମିଟି କୁ ଖବର ଦେଇଥିଲେ ! ପରେ ବଜାର କମିଟି ସଦସ୍ୟ ପହଁଚି ଚାରି ଚୋରଙ୍କୁ ଅଟକ ରଖି ଆଜି ସକାଳୁ କେନ୍ଦ୍ରାପଡ଼ା ସଦର ପୋଲିସ କୁ ଖବର ଦେଇଥିଲେ ! ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଂଚି ଚାରି ଜଣ ଚୋର କୁ ଗିରଫ କରିବା ସହ ଟାଟା ମ୍ୟାଜିକ ଗାଡି କୁ ଜବତ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *