ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ର ମା ଭଗବତୀ କଳାନୁଷ୍ଠାନର ଛାତ୍ର ଛାତ୍ରୀ ଭୁବନେଶ୍ୱର ରେ ସାଂସ୍କୃତିକ ନୃତ୍ୟ କ୍ଷେତ୍ରରେ ଓଡିଶୀ ଓ ଲୋକ ନୃତ୍ୟ ଭିଭିନ୍ନ ଜାଗାରୁ ଆସିଥିବା କଳା କ୍ଷେତ୍ରରେ ସମସ୍ତଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି l ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କଳାକାର ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଭୁବନେଶ୍ୱର ର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ SSC ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୋଲଗଡ, ବେଗୁନିଆ, ଟାଙ୍ଗୀ, ଜଟଣୀ, ଭୁବନେଶ୍ୱର, ବାଲୁଗାଁ ବାଣପୁର, ଏପରି ଅନେକ ବ୍ଲକ ରୁ ବିଭିନ୍ନ କଳା ଅନୁଷ୍ଠାନରୁ କଳାକାର ମାନେ ଭାଗ ନେଇ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ l ତନ୍ମଧ୍ୟରୁ ବାଲୁଗାଁ ଓ ବାଣପୁରର କଳାକାର ମାନେ ହେଲେ ରୁଚିସ୍ମିତା ଜେନା, ଆୟୁଷି ପଟ୍ଟଯୋଶୀ, ଯାଜ୍ଞସ୍ମିତା ପାଢୀ, ସ୍ମାରଣିକା ଶତୃଶଲ୍ୟ, ଅସ୍ମିତା ସାହୁ ରାଜସ୍ମିତା ମଳିକ, ବର୍ଷା ପ୍ରିୟଦର୍ଶିନୀ ମାର୍ଥା ଓଡିଶାର ସଂକୃତି ଓ ସଂସ୍କୃତିକ ନୃତ୍ୟ ଓଡିଶୀ ନୃତ୍ୟ ପରିବେଷଣ କରି ସମସ୍ତ ବିଚାରକ ଓ ଦର୍ଶକ ମାନଙ୍କୁ ଆକୃଷ୍ଟ କରିପାରିଛନ୍ତି l ଏହି କଳାକାର ମାନଙ୍କ ଗୁରୁ ହେଲେ ପ୍ରଭାତ କର ସ୍ୱାଇଁ ଭୁବନେଶ୍ୱର ଓ ହରପ୍ରିୟା ବାରିକ ବାଣପୁର l ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ଦ୍ୱରା ମା ଭଗବତୀ କଳା ଅନୁଷ୍ଠାନ ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ପାଇ ପ୍ରଥମ ସ୍ଥାନ ଅଧିକlର କରିନେଇଛି l ଏହି ଖବର ପାଇବା ପରେ ବାଲୁଗାଁ ବାଣପୁର ଓ ନାଚୁଣୀ ଅଞ୍ଚଳ ବାସୀଙ୍କ ସାଧାରଣ ଜନତା ଭୁୟସୀ ପ୍ରଶଂସା କରିଛନ୍ତି l
ନୃତ୍ୟ କଳା କ୍ଷେତ୍ରରେ ଗୌରବ ଆଣିଲା ମା ଭଗବତୀ କଳା ନିକେତନ ଅନୁଷ୍ଠାନ !!!

