ଚିଲିକା ନିର୍ବାଚନ ମଣ୍ଡଳୀରେ ପରିବା ଦର ଆକାଶ ଛୁଆଁ : ଖାଉଟି ହନ୍ତସନ୍ତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମହଙ୍ଗା ମାଡ଼ ରେ ଖାଉଟି ହନ୍ତସନ୍ତ, ଆଳୁ ଓ ପିଆଜ କୁ ଛାଡିଦେଲେ ପନି ପରିବା ଦର ଆକାଶ ଛୁଆଁ ହୋଇଛି l ହେଲେ ସାଧାରଣ ଲୋକ ଚଳିବେ କେମିତି ? କାହିଁକି ହୁତୁହୁତୁ ହୋଇ ବଢ଼ିଚାଲିଛି ପରିବା ଦର, ଧନୀ ଶ୍ରେଣୀର ଲୋକେ ତ ଚଳିଯିବେ ହେଲେ ଗରିବ ଟିଏ ଯିଏ ଦିନ ମଜୁରିଆ ହୋଇ କାମ କରୁଛି ତାର ପରିବାର ପ୍ରତିପୋଷଣ କରିବାକୁ ମୁସ୍କିଲ ହୋଇପଡୁଛି l ବାଲୁଗାଁ ବାଣପୁର ପରିବା ବଜାରରେ ଟମାଟ କଥା ତ କହିଲେ ନସରେ ଟମାଟ ଦର ହେଉଛି ୧୦୦ ରୁ ୧୫୦, ବାଇଗଣ ୬୦, କାଙ୍କଣ ୮୦, ବିନ୍ସ ୮୦ରୁ ୯୦, ପୋଟଳ ୭୦ ରୁ ୮୦ ! ରୋଜଗାରକୁ ଦେଖିଲେ ଘର ଚଳିବ କେମିତି , ଆକାଶ ଛୁଆଁ ପରିବା ଦେଖି ଲୋକେ ଛାନିଆଁ ହୋଇଗଲେଣି l ପ୍ରେଟ୍ରୋଲ, ଡିଜେଲ ଓ ଗ୍ୟାସ ବଢିବା ପରେ ମହଙ୍ଗା ମାଡ଼ ବର୍ତମାନ ପରିବା ଉପରେ ପଡିଛି l ଓଡିଶା ରେ ଯାହା କିଛି ଆମଦାନୀ ହେଉଛି ପରିବା ତାହା ଖାଉଟିଙ୍କୁ ପର୍ଯ୍ୟାପ୍ତ ହେଉନଥିବା ବେଳେ ବାହାର ରାଜ୍ୟରୁ ଆମଦାନୀ ହୋଇ ଆମ ରାଜ୍ୟରେ ବିକ୍ରି ହେଉଛି ତଥାପି ପରିବା ଦର କମିବାର ନାଁ ଧରୁନି ! ଗରିବ ପରିବାର ଲୋକେ ତେଲ ଲୁଣର ସଂସାରକୁ ଚଳାଇବା ରେ ବହୁତ କଷ୍ଟ ଅନୁଭବ କରୁଛନ୍ତି l ଯେଉଁଠି ଏକ କିଲୋ ପରିବା ଆଣିବା ବଦଳରେ ଅଢେଇଶ ଆଣି କାମ ଚଳାଉଛନ୍ତି l ଏଭଳି କେତେ ଦିନ ପରିବାର ଦର ବଢି ଚାଲିଥିବ ! ବର୍ତମାନ ସମୟରେ ସାଧାରଣ ଲୋକ ହେଉ ବା ଗରିବ ଟିଏ ସମସ୍ତେ ଚିନ୍ତାରେ, ସରକାର ଯଦି ଏହାର ସୁ ବନ୍ଦୋବସ୍ତ କରିବା ସହିତ ଉତ୍ତମ ମୂଲ୍ୟରେ ପରିବା ଯୋଗାଇ ଦିଅନ୍ତି ତାହେଲେ ମହଙ୍ଗା ମାଡ଼ରୁ ସାଧାରଣ ଜନତା ଙ୍କୁ ଟିକେ ଆଶ୍ବସ୍ତି ମିଳିପାରନ୍ତା l ଦରଦାମ ଦେଖି ପରିବା ଗୋଦାମ ଓ କୋଲ୍ଡ ଷ୍ଟୋରେଜ ରେ ରଖିବା ଆରମ୍ଭ କରିଦେଲେଣି , ମlଲିକ ମାନେ ଚଢ଼ା ଦରରେ ବିକ୍ରି କରି ମାଲେ ମାଲ ହେବା ପାଈଁ ! ସରକାର ଏହାରି ଉପରେ କିଛି ନଜର ଦେଇ ଉପଯୁକ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ଯଦି ହୁଏତ କଳା ବଜାରୀ ରୁ ମୁକ୍ତ ହୋଇପାରିବ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି l ବର୍ତମାନ ସମୟରେ ବିବାହ ଘର, ବ୍ରତଭଳି ବିଭିନ୍ନ ଭୋଜି କରୁଥିବା ଲୋକଙ୍କୁ ମହଙ୍ଗା ମାଡ଼ର ପ୍ରଭାବ ପଡ଼ିଥିବା ନଜରକୁ ବାରମ୍ବାର ଆସୁଛି l ଗରିବ ଲୋକଙ୍କ ପୁଅ ହେଉ ବା ଝିଅ ବିବାହ ଭୋଜି ଦେବା ଅସମ୍ଭବ ହୋଇପଡୁଛି l ତେବେ ଏବେଠାରୁ ଯଦି ପରିବା ଦରକୁ କଣ୍ଟ୍ରୋଲ ନ କରାଯିବ ତାହେଲେ ଏହା ବଡ ବିସ୍ପୋରଣର ରୂପ ନେବା ଅନିର୍ଵାର୍ଯ୍ୟ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି l

Leave a Reply

Your email address will not be published. Required fields are marked *